୮ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ରାମା ବନ୍ଧୁକ ଗୋଳାବରୁଦ ସହ ପୁଲିସ ନିକଟରେ ଆତ୍ମସମର୍ପଣ

ମାଲକାନଗିରି,୧୩ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ବସ୍ତର ଆଇଜି ବିବେକାନନ୍ଦ ସିହ୍ନା,ସୁକୁମା ଏସପି ଅଭିଶେକ ମୀନା ଙ୍କ ନିକଟରେ ୮ଲକ୍ଷ ପୁରସ୍କାର ଘୋଷିତ ଦୁର୍ଦ୍ଦାନ୍ତ ମାଓବାଦୀ ବେଟି ରାମା ନିଜର ଇନସାସ ରାଇଫଲ ଓ ଗୋଳାବାରୁଦ ସହିତ ଆତ୍ମସମର୍ପଣ କରିଛି । ଗତ୧୯୯୫ ମସିହାଠାରୁ କୋଟାଂ ଏରିଆ  ମାଓବାଦୀ ସଂଗଠନରେ ଯୋଗଦେଇ ରାମା ଛତିଶଗଡ ରାଜ୍ୟ ବସ୍ତର ସୁକୁମା, ଦନ୍ତେଓ୍ୟାର୍ଡା ଜିଲ୍ଲାର ଅନେକ ସ୍ଥାନରେ ହତ୍ୟା,ଲ୍ୟାଣ୍ଡମାଇନ ବିସ୍ପୋରଣ,ଥାନା ଓ ପୁଲିସ ଉପରେ ଆକ୍ରମଣ,ରାସ୍ତା ଖୋଲିବା, ଗାଡି ପୋଡିବା ଘଟଣାରେ ସେ ସାମିଲ ଥିଲା ଏହାବ୍ୟତିତ ତାଙ୍କ ନାମରେ ଛତିଶଗଡ ରାଜ୍ୟର ବିଭିନ୍ନ ଥାନାରେ ନକ୍ସଲ ହିଂସାକାଣ୍ଡର୨୪ଟିରୁ ଉର୍ଦ୍ଦ କେସ ରହିଛି । ମାଓବାଦୀଙ୍କ ଆନ୍ଦ୍ରକାର୍ଡର ଲିଡରଙ୍କ ଅତ୍ୟାଚାର ସହି ନପାରି ସଂଗଠନ ଛାଡିଛି ବୋଲି ସେ ପୁଲିସ ନିକଟରେ କହିଛି । ରାମା ମାଓବାଦୀ କମାଣ୍ଡର ହିଡମା ଅଧିନରେ କାମକରୁଥିଲା,ସୁକୁମା,ବସ୍ତରଜିଲ୍ଲାରେ ଯୋରଦାର ମାଓଦମନ ଚାଲିଥିବାରୁ ଛତିଶଗଡ ରାଜ୍ୟର ମୋଷ୍ଟଓ୍ୟାଟେଂଡ ମାଓମାଦି ଲିଡର ହିଡମା ଏବେ ରାଜନନ୍ଦଗାଁ ଓ ବାଲାଘାଟ ଅଚଂଳରେ ନୁଆ କରି ଆଉଗୋଟିଏ ମାଓବାଦୀ ଦଳମ ଗଠନ କରିବାକୁ ଯାଉଛି । ସେଥିନିମନ୍ତେ ସେ ବିଭିନ୍ନ ସ୍ଥାନରୁ ଯୁବକ ଓ ଯୁବତୀ ମାନଙ୍କୁ ନାନାପ୍ରକାର ପ୍ରଲୋଭନ ଦେକାଇ ମାଓବାଦୀ ସଂଗଠନରେ ସାମିଲ କରିବା ଆରମ୍ଭ କରିଦେଇଥିବାର ରାମା ପୁଲିସ ନିକଟରେ କହିଛି । ଦୀର୍ଘ୨୫ବର୍ଷଧରି ମାଓବାଦୀ ସଂଗଠନରେ କାମକରିଆସିଥିବା ଜଣେ ଆଗ ଧାଡିର ଦୁର୍ଦ୍ଦାନ୍ତ ମାଓବାଦୀ ରାମା ପୁଲିସ ନିକଟରେ ବନ୍ଧୁକ ସହିତ ଆତ୍ମସମର୍ପଣ ଘଟଣା ଛତିଶଗଡ ରାଜ୍ୟ ପୁଲିସକୁ ଏକ ବଡ ଧରଣର ସଫଳତା ମିଳିଥିବା ବେଳେ ଛତିଶଗଡି ମାଓବାଦୀ ସଂଗଠନକୁ ଏକ ବଢଧରଣର ଶକ୍ତଧକ୍କାଲାଗିଛି ।

 

 

Leave a Reply

Your email address will not be published. Required fields are marked *