ଅପରାଧ

୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ:୧୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ଅବକାରୀ ପୁଲିସ ପେଣ୍ଠକଟା ଅଞ୍ଚଳରେ ଜନୈକ ଯୁବକଙ୍କ ଠାରୁ ୮ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ଆର୍ନ୍ତଜାତିକ ବଜାରରେ ୮ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ରାମଚନ୍ଦ୍ର ନାୟକଙ୍କୁ ଗିରଫ କରିଛନ୍ତି। ରାମ ନିକଟରୁ ୫୦ଟି କାଗଜ ପୁଡିଆରେ ଥିବା ବ୍ରାଉନସୁଗାରକୁ ଜବତ କରିଛି। ରାମ ଡ୍ରଗ୍ସ କାରବାର କରୁଥିବା ସମ୍ପର୍କରେ ଖବରପାଇ ଅବକାରୀ ସହ ନୀରିକ୍ଷକ ରାଜଶେଖର ସ୍ୱାଇଁଙ୍କ ନେତୃତ୍ୱରେ ସନ୍ତୋଷ ନାୟକ, ମୁରଲୀଧର ନାୟକ, ଲକ୍ଷ୍ମୀଧର ସାହୁ, ଗୀତାଞ୍ଜଳି ବେହେରା, ଭିକ୍ଟୋରିଆ ଟୁଙ୍ଗ୍ଟୁଙ୍ଗ୍, ପ୍ରଦୀପ ପଣ୍ଡା, ଅଭିଜିତ୍ ପ୍ରଧାନ ପ୍ରମୁଖ ପେଣ୍ଠକଟା ଭୁଦାନ ନଗରରେ ଚଢ଼ାଉ କରିଥିଲେ। ଚଢ଼ାଉ କାଳରେ ରାମ ନିକଟରୁ ୫୦ପୁଡିଆ ବ୍ରାଉନସୁଗାର ସହ ୧୨୦୦ଟଙ୍କା ଜବତ କରିଥିଲେ। ଏସଂକ୍ରାନ୍ତରେ ଅବକାରୀ ପୁଲିସ ଏନ୍ଡିପିଏସ୍ ଆଇନର ୨୦(ଖ) ଦଫାରେ ମୋକଦ୍ଦମା ରୁଜୁ କରି ରାମକୁ କୋର୍ଟ ଚାଲାଣ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top