୮ରେ ନିଶୁଳ୍କ ସାମୁହିକ ବ୍ରତୋପନୟନ

ପୁରୀ:୦୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆସନ୍ତା ୮ତାରିଖରେ ଉଗ୍ରତାରା ଯୁବକ ସଂଘ ପକ୍ଷରୁ ପଶ୍ଚିମ ଦ୍ୱାର ନିକଟରେ ଆୟୋଜିତ ହେବ ନିଶୁଳ୍କ ସାମୁହିକ ବ୍ରତୋପନୟନ। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ୱ ବ୍ରାହ୍ମଣ ବାଳକମାନଙ୍କର ବ୍ରତୋପନୟନ କରାଯିବ ବୋଲି ଆୟୋଜକମାନେ ମଣିପୁର ଆଶ୍ରମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନରେ ସୂଚନା ଦେଇଛନ୍ତି। ଆୟୋଜିତ ଅନୁଷ୍ଠାନର ସଭାପତି ତଥା ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ, ସୁଦଶୟନ ମହାପାତ୍ର, ଗଣେଶ ମହାପାତ୍ର, ମଧୁସୂଦନ ମହାପାତ୍ର, ପ୍ରଶାନ୍ତ ମହାନ୍ତି, ପିଣ୍ଟୁ ମହାପାତ୍ର, ଅଜିତ ନନ୍ଦ, ବଳରାମ ପ୍ରଧାନ, ବୃନ୍ଦାବନ ମହାନ୍ତି ପ୍ରମୁଖ ସମ୍ମିଳନୀରେ ସୂଚନା ଦେଇ କହିଥିଲେ। ପ୍ରତ୍ୟେକ ବ୍ରତଧାରୀ ବ୍ରାହ୍ମଣ ବାଳକମାନଙ୍କୁ ଗୋଟିଏ ଲେଖାଏଁ ସୁନା ମୁଦି ପ୍ରଦାନ କରାଯିବ। ବିଗତ ବର୍ଷ ୩୦ଜଣଙ୍କୁ ମୁଦି ପ୍ରଦାନ କରାଯାଇଥିବା ବେଳେ ଚଳିତବର୍ଷ ୫୦ରୁ ଉର୍ଦ୍ଧ୍ୱ ବ୍ରାହ୍ମଣ ବାଳକଙ୍କୁ ଏହା ପ୍ରଦାନ କରାଯିବ। ଏଥିପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରୁ ଲୋକମାନେ ନାମ ପଞ୍ଜୀକରଣ କରିଛନ୍ତି। ବ୍ରାହ୍ମଣ ବାଳିକମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଚାରିକର୍ମ ପାଇଁ ସମସ୍ତ ଜିନିଷ ଯୋଗାଇ ଦେବା ସହ ଅଭିଭାବକମାନଙ୍କୁ ନୂତନ ବସ୍ତ୍ର ଯୋଗାଇ ଦିଆଯିବ। ସନ୍ଧ୍ୟାରେ ୨ହଜାର ଲୋକମାନଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା ହେବ। ସମସ୍ତଙ୍କ ପାଇଁ ମଣିପୁର ଆଶ୍ରମରେ ରହିବାର ବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *