୮ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ମହୋତ୍ସବରେ ମୋଗଲ ତାମସା ପ୍ରଶଂସିତ

ଭଦ୍ରକ, ୬ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଲୋକନୃତ୍ୟ – ଲୋକସଂଗୀତ ଉତ୍ସବ ୨୦୧୮ ମସିହା ଭୁବନେଶ୍ୱର ଉକ୍ôଳ ମଣ୍ଡପ ଠାରେ ରାଜ୍ୟସ୍ତରୀୟ ମହେତ୍ସବରେ ଭଦ୍ରକର ବଂଶିବଲ୍ଲଭ ଗିରିଧାରୀ ନାଟ୍ୟସଂସଦ ପୁରୁଣା ବଜାର ଉପସ୍ଥିତ ବିଭାଗର ଉଚ୍ଚ ଅଧବକାରୀ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ଭଦ୍ରକର ପ୍ରସିଦ୍ଧ ମୋଗଲ ତାମସାର ପରିବେଶଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସଂସ୍କୃତି ବିଭାଗର କମିଶର ମନୋରଂଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ, ବାସୁଦେବ ମାଲବିଶୋଇ ରାଜ୍ୟ ପ୍ରକଳ୍ପ ସଂଯୋଜକ ସଂସ୍କୃତି ବିଭାଗ ଦ୍ୱାରା, ଅନୁଷ୍ଠାନର ସମ୍ପାଦକ ବିଭୁତି ଭୁଷଣ ସାହୁଙ୍କୁ ଉପଢୌକନ, ମାନପତ୍ର, ଟ୍ରଫି ଦେଇ ସମ୍ବର୍ଦ୍ଦିତ କରିଥିଲେ। ସମସ୍ତ ଅତିଥି ମାନଙ୍କ ମତ ଭଦ୍ରକରେ ମୋଗଲ ତାମସା ବହୁ ପୁରାତନ ହୋଇଥିଲେ ମଧ୍ୟ ଆଗରୁ ଅନେକ ବାର ଦେଖିଥିଲୁ। କିନ୍ତୁ ଆଜିର ଏ ମୋଗଲ ତାମସା ଆମକୁ ଏକ ସମ୍ପୁର୍ଣ୍ଣ ନୂଆ ଭଳି ଲାଗୁଛି। ଯାହାକି ମନେହୁଏ ଏହା ବଂଶୀବଲ୍ଲଭଙ୍କ ପ୍ରକୃତ ଲେଖା। ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଉପସ୍ଥିିତ ଦର୍ଶକଙ୍କ ମନମୋହି ନେଇଥିଲା। ମନ୍ତ୍ରୀ ମହଦୋୟ ଆନନ୍ଦିତ ହୋଇ କହିଥିଲେ। ଏଭଳି ଭାବରେ ମୋଗଲ ତାମସା ମୁ ଦେଖିନଥିଲି। ଏହାକୁ ଆଗକୁ ଆଗେଇ ନେବାକୁ ଆମେ ସମସ୍ତ ପ୍ରକାର ସାହାର୍ଯ୍ୟ କରିବୁ। ମୋଗଲ ତାମସାରେ ଅଂଶ ଗ୍ରହଣ କରିଥିବା କଳାକାରମାନଙ୍କ ମଧ୍ୟରୁ ନରେନ୍ଦ୍ର ପ୍ରସାଦ ପରିଡ଼ାଙ୍କ ଝାଡ଼ୁଦାର ଫକିର ଅଭିନୟରେ ମୁଗ୍ଧ ହୋଇ ମନ୍ତ୍ରୀ ମହୋଦୟ ଅର୍ଥ ପୁରଷ୍କୃତ କରିଥିଲେ। ସୁଶାନ୍ତ ବେହେରା ସଂଗୀତ ପରିଚାଳନା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବିଭୁତି ଭୁଷଣ ସାହୁ। ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦାବନ ସାହୁ, ଦେବକଲ୍ୟାଣ ସାହୁ, ପ୍ରଶାନ୍ତ ଦାସ, ନିର୍ମଳ ପରିଡ଼ା, ଭବେଶ ସାହୁ, ଲିପ୍ସ ଚୌଧୁରୀ ତୁଳସୀଲତା ସ୍ୱାଇଁ, କରିସ୍ମା ପାତ୍ର, ସୋଲେମାନ ଖାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *