୮ମ ଉଦୟଗିରି ମହୋସôବ ଉଦ୍ୟାପିତ

ଯାଜପୁର-୨୬/୧୧(ଓଡିଆ ପୁଅ/ଏ.ରାଉତ) ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରେ ୮ମ ଉଦୟଗିରି ବୁଦ୍ଧ ମହୋସôବର ସାଧାରଣ ଉସôବ ଗତ କାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବ୍ରଜ ଗୋପାଳ ଆଚାର୍ଯ୍ୟ ଯୋଗଦେଇଥିଲେ । ସେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିକଟରେ ଅନ୍ୟ ଅତିଥି ମାନଙ୍କ ଗହଣରେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ଭାଷଣ ଦେଇଥିଲେ । ସେ କହିଲେ, ବୁଦ୍ଧଙ୍କୁ ଭଗବାନଙ୍କ ଅବତାର ବୋଲି ଆମେ ଗ୍ରହଣ କରିସାରିଛେ । ଏହି ଉଦୟଗିରି ମାଟି ତଳେ ବୁଦ୍ଧ ସଂସ୍କୃତି ସମ୍ପର୍କରେ ପ୍ରଚୁର ତତ୍ତ୍ୱ ରହିଛି । କିନ୍ତୁ ବିଦେଶରେ ବୌଦ୍ଧଧର୍ମ ବିକଶିତ ହୋଇଥିବା ବେଳେ ଭାରତରେ ହ୍ରାସ ପାଇଛି । ବୌଦ୍ଧ ର୍କୀର୍ତ୍ତୀରାଜି ପାଇଁ ଉଦୟଗିରି ସୁନାମ ଧନ୍ୟ । ଲୁକ୍କାଇତ ବୌଦ୍ଧ ପ୍ରତିଭାର ବିକଶିତ କରିବା ଆମର ଧ୍ୟେୟ ହେବା ଦରକାର । ଉଦୟଗିରିର ନାମକୁ ଖଣ୍ଡଗିରି-ଉଦୟଗିରି ବୋଲି ସ୍ରମୟକ୍ରମେ ଉଲ୍ଲେଖ କରାଯାଇ ଯେଉଁ ଭ୍ରମ ସୃଷ୍ଟି କରୁଛି ସେ ତାର ବିରୋଧ କରିବା ସଙ୍ଗେ ସଙ୍ଗେ ଶୋଂସଧନ ପ୍ରସ୍ତାବ ସେଦଇଥିଲେ । ମୁଖ୍ୟ ବକ୍ତା ଭାବେ ଦକ୍ଷିଣ ଏସିଅ ଓ ଉକôଳୀୟ ନୈବାଣିଜ୍ୟ ଗବେଶଣା ପ୍ରତିଷ୍ଠାନର ସମ୍ପାଦକ ପ୍ରତ୍ନତତ୍ତ୍ୱବିତ୍ ଡ଼ଃ.ସୁନିଲ କୁମାର ପଟ୍ଟନାୟକ ଯୋଗଦେଇ କହିଲେ, ବୌଦ୍ଧ ଭିକ୍ଷୁମାନେ କେତେବେଳେ ରାଜା ରାଜୁଡ଼ା ମାନଙ୍କ ସାନିଧ୍ୟଲାଭ କରିନାହାନ୍ତି । ସେତେବେଳେ ସ୍ଥାନୀୟ ଲୋକମାନଙ୍କ ପୃଷ୍ଟ ପୋଷକତା ଯୋଗୁ ଏଠାରେ ବୌଦ୍ଧର୍କୀର୍ତ୍ତି ବିକଶିତ ହୋଇଥିଲା ଓ ଭିକ୍ଷୁଙ୍କ ବାସସ୍ଥଳୀ ଗଢି ଉଠିଥିଲା । ଉଦୟଗିରି ଠାରେ ବସିବା ମୁଦ୍ରାରେ ବୁଦ୍ଧମୂର୍ତ୍ତିର ଅନେକ ବିଶେଷତ ରହିଛି ଓ ଏଠାକାର ଅମୁଲ୍ୟ ର୍କ୍ରିର୍ତ୍ତୀିରାଜିର ପ୍ରାମାଣିକ ଦୃଶ୍ୟପଟ ସୃଷ୍ଟି କରିଛି । ଉସôବର ଉଦବେଗକୁ ଲକ୍ଷ୍ୟକରି ସେ କହିଲେ, ଖଣ୍ଡଗିରି-ଉଦୟଗିରି ସ୍ଥାନର ନାମ କେତେବେଳେ କିପରି ଉଲ୍ଲେଖ ବେଳେ ଭ୍ରମ ସୃଷ୍ଟି କରୁଥିବାରୁ ଏହି ୨ଟି ସ୍ଥାନ ପୃଥକ ପୃଥକ ବୋଲି ସରକାର ସଂସଧନ କରୁଛନ୍ତି । ଅନ୍ୟତମ ଅତିଥି ଭାବେ ସର୍ବଶକ୍ତି ସମ୍ପାଦକ ଭାସ୍କର ଚନ୍ଦ୍ର ବେହେରା, ତକ୍ଷଶୀଳା ଠାରୁ ଉଦୟଗିରି ପୁରାତନ ବୋଲି ଉଲ୍ଲେଖ କରି ଉଦୟଗିରି ସମ୍ପର୍କରେ ଆଲୋଚନା ଚକ୍ରର ଆୟୋଜନ କରିବା ଓ ଏକ ୱେବ ସାଇଟ୍ ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଶିଷ୍ଟ ବୌଦ୍ଧଗବେଷକ ହରିଶ ଚନ୍ଦ୍ର ପୃଷ୍ଟି ସମ୍ମାନିତ ବକ୍ତାଭାବେ ଯୋଗଦେଇ କହିଲେ, ସମଗ୍ର ଉଦୟଗିରି ପାହାଡ଼କୁ ପ୍ରକୃତ ସର୍ବେକ୍ଷଣ କଲେ ଅନେକ ବୌଦ୍ଧକର୍୍ୀର୍ତ୍ତୀରାଜି ଆବିଷ୍କୃତ ହୋଇପାରିବ । ଅନ୍ୟ ବୌଦ୍ଧ ବିହାର ଗୁଡ଼ିକ ପ୍ରତି ସରକାରୀ ଅନୁକମ୍ପା ଥିଲା ବେଳେ ଏଠିକା ପ୍ରତି କାହାରି ଦରଦ ରହୁନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ଭାବେ ଡ଼ଃ. ବଳରାମ ତ୍ରୀପାଠି ଯୋଗଦେଇଥିଲେ । ମହୋସôବ କମିଟିର ଆବାହକ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶେଷ ଅଧିବେଶନରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର କୁମାର ଶାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ଯୁଗ୍ମ ଆବାହକ ଶୈଳେନ୍ଦ୍ର ନାରାୟଣ ରାୟ ଧନ୍ୟବାଦ ଦେଇଥିଲେ । ଉସôବରେ ଆୟୋଜିତ ଲିଖନ ପ୍ରତିଯୋଗିତାର କୃତିଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ଓ ଅତିଥି ମାନେ ଉଦୟଗିରି ପୁସ୍ତକର ସୁଦୃଶ୍ୟ ସପ୍ତମ ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନେ କେଦାର ଗୁରୁମାଙ୍କ ତତ୍ୱାବଧାନତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।

Leave a Reply

Your email address will not be published. Required fields are marked *