ଜିଲ୍ଲା ପରିକ୍ରମା

୮ଦଫା ଦାବିପୁରଣ ନେଇ ସମୁହ ଛୁଟିରେ ଯିବେ ଡିପ୍ଲୋମା ଇଜିଂନିୟରମାନେ

ମାଲକାନଗିରି,୧୨ା୮(ଓଡିଆ ପୁଅ  ) ଓଡିଶା ଡିପ୍ଲୋମା ଇଜିଂନିୟର ସେବା ସଂଘ ର ୮ଦଫା ଦାବିପୁରଣ ନେଇ ଆସନ୍ତା ସେପ୍ଟେମ୍ବର ୧୮ତାରିଖରୁ  ଅକ୍ଟୋବର ମାସ ୩୧ତାରିଖ ପର୍ଯ୍ୟନ୍ତ ସମୁହ ଛୁଟିରେ ରହିବେ ୮୫୦୦ ଇଜିଂନିୟର । ଆଜି ମାଲାକନଗିରି ଜିଲ୍ଲା ଶାଖା ଡିପ୍ଲୋମା ସଂଘପକ୍ଷରୁ ସଭାପତି ଇଂ କୃତିବାସ ନାୟକ ଓ ସପାଂଦକ ପ୍ରଶାନ୍ତକୁମାର ବେହେରା ପ୍ରେସବିବୃତି ମାଧ୍ୟମରେ ଜଣାଇଛନ୍ତି । ଡିପ୍ଲୋମା ଇଜିଂନିୟର ମାନଙ୍କ ୫୦ଭାଗ ପଦୋନ୍ନତିରେ ସଂରକ୍ଷଣ,୬ବର୍ଷ କାମକରିଥିବା ଇଜିଂନିୟର ମାନଙ୍କୁ ନିୟମିତ କରିବା,ଗ୍ରେଡ ପେ ୪୬୦୦ଟଙ୍କାକୁ ବୃଦ୍ଦିକରିବା,କ୍ୟାର୍ଡର ପୁର୍ନଗଠନ,ଚାକିରି କ୍ଷେତ୍ରରେ ୩ଟି ସ୍ତରରେ ପଦୋନ୍ନତି, ଠିକା ନିଯୁକ୍ତି ବନ୍ଦକରିବା,କାର୍ଯ୍ୟାଳୟ ଭତା ବୃଦ୍ଧିକରିବା,ଇତ୍ୟାଦି ଦାବିରହିଛି । ଏହି ୮ଦଫା ଦାବି ତୁରନ୍ତ ପୁରଣ କରା ନଗେଲେ ଆସନ୍ତା ସେପ୍ଟେମ୍ବର ମାସ୧୮ତାରିଖ ଠାରୁ ସମସ୍ତ ଡିପ୍ଲୋମା ଇଜିଂନିୟର ମାନେ ସମୁହ ଛୁଟିରେ ରହିବେ ବୋଲି  ଆଜି ଜିଲ୍ଲାସଂଘ କାର୍ଯ୍ୟାଳୟ ଠାରେ ସ୍ୱତନ୍ତ୍ର ବୌଠକରେ ସଂଘପକ୍ଷରୁ ସୁଚନା ଦିଆ ଯାଇଛି । ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ହିରାଲାଲସେଠୀ,ଉପସଭାପତି ସନ୍ଦୀପସାହୁ,ବିଭୁତି ଭୁଷଣ ରାଉତ ପ୍ରମୁଖ ଶତାଧିକ ଡିପ୍ଲୋମା ଇଜିଂନିୟର ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top