ଓଡ଼ିଶା

୭ ବର୍ଷରେ ବଜ୍ର ନେଲାଣି ୯୨ ମୁଣ୍ଡ ୨୦୧୬-୧୭ ରେ ସର୍ବାଧିକ ୨୬ ମୃତ, ମୃତକଙ୍କ ମଧ୍ୟରେ କୃଷକ ଓ ଶ୍ରମିକ ଅଧିକ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟରେ ଏବେ ବଜ୍ରାଘାତରେ ମୃତ୍ୟୁସଂଖ୍ୟା ଉଦ୍ବେଗଜନକ ବୃଦ୍ଧି ପାଉଛି। ବଜ୍ରପାତର ଭୟାବହତାହ ନେଇ ଯେତେ ସଚେତନ କଲେ ବି ଲୋକେ ଚେତୁ ନାହାଁନ୍ତି। ସଚେତନତା ଅଭାବରୁ ବଜ୍ରପାତ ସମୟରେ ବିଲବାଡିରେ କାମ କରୁଥିବା କୃଷକ ଓ ଶ୍ରମିକ ଶ୍ରେଣୀର ଲୋକ ଅଧିକ ସଂଖ୍ୟାରେ ମୃତ୍ୟୁ ମୁଖରେ ପଡୁଛନ୍ତି। କେବଳ ଭଦ୍ରକ ଜିଲାରେ ଗତ ୭ ବର୍ଷ ଭିତରେ ବଜ୍ରାଘାତରେ ୯୨ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଏହି ବଜ୍ରାଘାତରେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ରାଶି ବାବଦରେ ୩ କୋଟିି ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ ଜିଲାରେ ଗତ ୨୦୧୨-୧୩ ମସିହାରେ ୧୩ ଜଣ ବ୍ୟକ୍ତିଙ୍କର ବଜ୍ରଘାତରେ ମୃତ୍ୟୁ ଘଟିଥିବା ବେଳେ ପ୍ରତି ମୃତକଙ୍କ ପରିବାରଙ୍କୁ ଦେଢଲକ୍ଷ ଟଙ୍କା ହିସାବରେ ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମୋଟ ୧୯ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୨୦୧୩-୧୪ ମସିହାରେ ଜିଲାରେ ୬ ଜଣ ଲୋକଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା। ୨୦୧୪-୧୫ ବର୍ଷରେ ଜିଲାରେ ୧୦ ଜଣ ଲୋକଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିଫଲା। ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା। ସେହିପରି ୨୦୧୫-୧୬ ବର୍ଷରେ ଜିଲାରେ ମୋଟ ୧୪ ଜଣ ଲୋକ ବଜ୍ରାଘାତ ଯୋଗୁଁ ମୃତ୍ୟୁମୁଖରେ ପଡିଥିଲେ। ପ୍ରତି ମୃତକଙ୍କ ପରିବାରଙ୍କୁ ସରକାରଙ୍କ ଘୋଷଣା ଅନୁଯାୟୀ ଦେଢ ଲକ୍ଷରୁ ବଢି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। ତେଣୁ ଏ ବାବଦରେ ୫୬ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ତେବେ ୨୦୧୬-୧୭ ବର୍ଷରେ ସର୍ବାଧିକ ୨୬ ଜଣ ଲୋକ ବଜ୍ରାଘାତରେ ପ୍ରାଣ ହରାଇଥିଲେ ଏବଂ ସେମାନଙ୍କୁ ୧ କୋଟି ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ସେହିପରି ଚଳିତ ୨୦୧୭-୧୮ ବର୍ଷରେ ବଜ୍ରାଘାତରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ପରିବାରଙ୍କୁ ୫୬ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଦିଆଯାଇଥିଲା। ଚଳିତ ୨୦୧୮-୧୯ ବର୍ଷରେ ଜିଲାରେ ଏଯାଏ ୯ ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇ ସାରିଲେଣି ଏବଂ ମୃତକଙ୍କ ପରିବାରକୁ ୩୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉଛି। ପ୍ରତିବର୍ଷ ଜିଲାରେ ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଜ୍ରପାତକୁ ନେଇ ଏବେ ଲୋକଙ୍କ ମନରେ ଛନକା ପଶିଛି। ବିଶେଷ କରି କ୍ଷେତରେ କାମ କରୁଥିବା ଶ୍ରମିକ ଓ କୃଷକ ଶ୍ରେଣୀର ଲୋକମାନେ ବଜ୍ରାଘାତରେ ମୃତ୍ୟୁମୁଖରେ ପଡୁଛନ୍ତି। ତେଣୁ ଏ ଦିଗରେ ଅଧିକ ସଚେତନତା ସୃଷ୍ଟି କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top