୭ ଦଫା ଦାବୀ ପୂରଣ ନିମନ୍ତେ ‘ଦ ନିୟୁ ହରାଇଜନ୍’ର ଆମରଣ ଅନଶନ

ତାଳଚେର,୧୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଦ ନିୟୁ ହରାଇଜନ୍’ ପକ୍ଷରୁ ପ୍ରଦତ ୭ ଦଫା ଦାବୀ ଚଳିତ ଅଗଷ୍ଟ ମାସ ୧୩ ତାରିଖ ମଧ୍ୟରେ ପୂରଣ କରିବାରେ ପ୍ରଶାସନ ବିଫଳ ହେବାରୁ ପୂର୍ବ ନିଷ୍ପତି ଅନୁଯାୟୀ ସଙ୍ଗଠନ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଛି । ତାଳଚେରବାସୀଙ୍କ ହିତ ଉଦେ୍ଦଶ୍ୟରେ ଉକ୍ତ ୭ ଦଫା ଦାବୀ ପୂରଣ ନିମନ୍ତେ ସଙ୍ଗଠନ ତରଫରୁ ଗତ ତା୨୦/୦୭/୨୦୧୮ରିଖରେ ଅନୁଗୋଳ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କୁ ୭ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ତେବେ ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା କୈାଣସି ପଦକ୍ଷେପ ନିଆଯାଇନି ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ସଙ୍ଗଠନର ସଭାପତି ସୈାଭାଗ୍ୟ ଚନ୍ଦ୍ର ନାୟକ,ସାଧାରଣ ସମ୍ପାଦକ ବିଷ୍ଣୁମୋହନ ରଥ ଏବଂ ହେମନ୍ତ କୁମାର ଦେହୁରୀ,ବାପି ଭୁକ୍ତାଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଏଥିରେ ସାମିଲ ହୋଇଛନ୍ତି । ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ସିବିସି ମେସିନ୍ ସ୍ଥାପନ,ତାଳଚେର ଗଡ଼ଜାତ ଅଂଚଳର ତତକାଳୀନ ରାଜା କିଶୋରଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ପ୍ରତିମୂର୍ତୀ ପ୍ରତିଷ୍ଠା,ବିଭିନ୍ନ କଳକାରଖାନାରେ ସ୍ଥାନୀୟ ଯୁବକଙ୍କୁ ୯୦ ପ୍ରତିଶତ ନିଯୁକ୍ତି, ନିର୍ମାଣାଧିନ ମେଡ଼ିକାଲ କଲେଜରେ ତାଳଚେରବାସୀଙ୍କ ଅଧ୍ୟୟନ ନିମନ୍ତେ ୫୦ପ୍ରତିଶତ ସ୍ଥାନ ସଂରକ୍ଷଣ, ସ୍ଥାନୀୟ ରାଷ୍ଟ୍ରାୟତ ଏବଂ ଘରୋଇ କଳକାରଖାନାର ସି.ଏସ୍.ଆର ଫଣ୍ଡରୁ ତାଳଚେରବାସୀଙ୍କ ସ୍ୱାସ୍ଥ୍ୟସେବା ନିମିତ ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯିବା,ବାଙ୍କଧରା ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଯଥାଶୀଘ୍ର ଫ୍ଲାଇ ଓଭର ନିର୍ମାଣ, ବହ୍ଲର ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ କଂକ୍ରିଟ କରାଯାଇ ପ୍ରଶସ୍ତିକରଣ,ଗରିବ ସୀମାରେଖା ତଳେ ଥିବା ସ୍ଥାନୀୟ ଲୋକଙ୍କୁ ମାଗଣାରେ ବିଜୁଳି ଯୋଗାଣ ଏବଂ ତାଳଚେରରେ ନିରବଚ୍ଚିନ୍ନ ବିଦୁ୍ୟତ ଯୋଗାଣ ଆଦି ନିମନ୍ତେ ପଦକ୍ଷେପ ନିଆଯାଉ ବୋଲି ସଙ୍ଗଠନ ତରଫରୁ ଦାବୀ କରାଯାଇଛି । ସଙ୍ଗଠନର ଏଭଳି ଆମରଣ ଅନଶନ ଆରମ୍ଭ ହେବାପରେ ଖବର ପାଇ ତାଳଚେର ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ, ସହକାରୀ ଜିଲ୍ଲାପାଳ ଗୈାରୀ ନାଏକ,ତାଳଚେର ଥାନା ଅଧିକାରୀ ସୈାଭାଗ୍ୟ ସ୍ୱାଇଁ ପ୍ରମୁଖ ଅନଶନସ୍ଥଳୀକୁ ଆସି ଅନଶନକାରୀଙ୍କ ସହ ଆଲୋଚନା କରିବାସହ ଅନଶନ ଭାଙ୍ଗିବାକୁ କହିଥିଲେ ସୁଦ୍ଧା ସଙ୍ଗଠନର କାର୍ଯ୍ୟକର୍ତା ଲଗାଣ ବର୍ଷାରେ ଅନଶନ ଜାରି ରଖିଥିଲେ । ତେବେ ସନ୍ଧ୍ୟାରେ ଏବଂ ପରେ ତାଳଚେର ଉପଜିଲ୍ଲାପାଳ ସଙ୍ଗଠନର କାର୍ଯ୍ୟକର୍ତାଙ୍କ ସହ ବିଚାର ବିମର୍ଷ କରି ଦାବୀ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।

Leave a Reply

Your email address will not be published. Required fields are marked *