ଅନୁଗୁଳ

୭ ଦଫା ଦାବି ପୂରଣ ନହେଲେ ଆମରଣ ଅନଶନ କରିବ ‘ଦ ନିୟୁ ହରାଇଜନ୍’

ତାଳଚେର, ୮/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍ୱେଚ୍ଛାସେବୀ ସଙ୍ଗଠନ ‘ଦ ନିୟୁ ହରାଇଜନ୍’ ପକ୍ଷରୁ ସ୍ଥାନୀୟ ଲୋକଙ୍କ ହିତ ଉଦ୍ଦେଶ୍ୟରେ ୭ ଦଫା ଦାବି ନେଇ ଦିଆଯାଇଥିବା ସ୍ମାରକପତ୍ରର ଉଚିତ୍ ବିଚାର ଆଗାମୀ ୧୩ ତାରିଖ ସୁଦ୍ଧା କରା ନଗଲେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ମର୍ମରେ ଆଜି ସଙ୍ଗଠନର ସଭାପତି ସୈାଭାଗ୍ୟ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ବିଷ୍ଣୁମୋହନ ରଥ ଏବଂ ହେମନ୍ତ କୁମାର ଦେହୁରୀ ପ୍ରମୁଖ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିବା ସହ ଜିଲ୍ଲାପାଳଙ୍କ ଉଦେ୍ଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଙ୍ଗଠନର କହିବାନୁଯାୟୀ ଗତ ତା୨୦/୦୭/୨୦୧୮ରିଖରେ ଅନୁଗୋଳ ଜିଲ୍ଲାପାଳଙ୍କ ଉଦେ୍ଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ୭ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଅଦ୍ୟାବଧି ୧୫ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇ ନାହିଁ। ଉପଖଣ୍ଡ ଡାକ୍ତରଖାନାରେ ସିବିସି ମେସିନ୍ ସ୍ଥାପନା ସମେତ ତାଳଚେର ଗଡ଼ଜାତ ଅଂଚଳର ତକ୍ରାଳୀନ ରାଜା କିଶୋରଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା, ବିଭିନ୍ନ କଳକାରଖାନାରେ ସ୍ଥାନୀୟ ଯୁବକଙ୍କୁ ୯୦ ପ୍ରତିଶତ ନିଯୁକ୍ତି, ନିର୍ମାଣାଧିନ ମେଡ଼ିକାଲ କଲେଜରେ ତାଳଚେରବାସୀଙ୍କ ଅଧ୍ୟୟନ ନିମନ୍ତେ ୫୦ପ୍ରତିଶତ ସ୍ଥାନ ସଂରକ୍ଷଣ, ସ୍ଥାନୀୟ ରାଷ୍ଟ୍ରାୟତ ଏବଂ ଘରୋଇ କଳକାରଖାନାର ସି.ଏସ୍.ଆର ଫଣ୍ଡରୁ ତାଳଚେରବାସୀଙ୍କ ସ୍ୱାସ୍ଥ୍ୟସେବା ନିମିତ ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯିବା, ବାଙ୍କଧରା ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଯଥାଶୀଘ୍ର ଫ୍ଲାଇ ଓଭର ନିର୍ମାଣ, ବହ୍ଲର ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ କଂକ୍ରିଟ କରାଯାଇ ପ୍ରଶସ୍ତିକରଣ, ଗରିବ ସୀମାରେଖା ତଳେ ଥିବା ସ୍ଥାନୀୟ ଲୋକଙ୍କୁ ମାଗଣାରେ ବିଜୁଳି ଯୋଗାଣ ଏବଂ ତାଳଚେରରେ ନିରବଚ୍ଚିନ୍ନ ବିଦ୍ୟୁତ ଯୋଗାଣ ଆଦି ନିମନ୍ତେ ପଦକ୍ଷେପ ନିଆଯାଉ ବୋଲି ସଙ୍ଗଠନ ଦାବି କରିଥିଲା। ତେବେ ଆଗାମୀ ୧୩ ତାରିଖ ସୁଦ୍ଧା ଏହିସବୁ ଦାବିଗୁଡ଼ିକ ପୂରଣ ପାଇଁ ପ୍ରଶାସନ ପଦକ୍ଷେପ ନ ନେଲେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରାଯିବ ବୋଲି ସଙ୍ଗଠନର କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top