ଜିଲ୍ଲା ପରିକ୍ରମା

୭ ଦଫା ଦାବି ନେଇ ଭଦ୍ରକ ତହସିଲ ଆଗରେ ରାଜସ୍ୱ ନୀରିକ୍ଷକଙ୍କ ଗଣଧାରଣା ୨ୟ ଦିନରେ

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାର ସମସ୍ତ ତହସିଲ ଅଧିନରେ କାର୍ଯ୍ୟ କରୁଥିବା ରାଜସ୍ୱ ନୀରିକ୍ଷକ, ସହ ନୀରିକ୍ଷକ, କ୍ଷେତ୍ର ପରିଦର୍ଶକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଆର୍ଆଇ, ସହକାରୀ ଆର୍ଆଇମାନେ ତହସିଲ ଅଫିିସ ଆଗରେ ଗଣଧାରଣାରେ ବସିଛନ୍ତି। ରାଜ୍ୟ ସଂଘର ଡାକରା କ୍ରମେ ୭ ଦଫା ଦାବି ନେଇ ଏହି କର୍ମଚାରୀମାନେ ସମୂହ ଛୁଟି ନେବା ସହିତ ତହସିଲ ଆଗରେ ଧାରଣା ଦେଇଥିଲେ। ସହକାରୀ ରାଜସ୍ୱ ନୀରିକ୍ଷକଙ୍କ ଗ୍ରେଡ ପେ ୨୮ ଶହ ଟଙ୍କାକୁ ବୃଦ୍ଧି, ଚାକିରିରେ ପ୍ରବେଶ ଯୋଗ୍ୟତା ଯୁକ୍ତ ୩କୁ ପରିବର୍ତ୍ତନ, ଚୁକ୍ତିଭିତ୍ତିକ ଆରଆଇ ଓ ଏଆରଆଇଙ୍କୁ ରାଜସ୍ୱ ବିଭାଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ତୁଲାଉଥିବାରୁ ସେକ୍ରେଟେରିଏଟରେ ଏଏସଓ ଓ ଏଏଲଓ ଭଳି ନିୟମିତ ଚାକିରି, ରାଜସ୍ୱ ପରିଦର୍ଶକମାନଙ୍କୁ ଅତିରିକ୍ତ ତହସିଲଦାର ଓ ଓଏଏସ୍ କୁ ୨୦ ପ୍ରତିଶତ ପଦୋନ୍ନତି, ଅଧିକ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ଆର୍ଆଇ ମାନଙ୍କୁ ତାଲିମ ଦିଆଯାଇ ତାଙ୍କୁ ପଦୋନ୍ନତି ଦିଆଯାଉ, ୨୦୦୯ ମସିହାରୁ ପେ ଫିକ୍ସେସନ କରି ଦରମା ପ୍ରଦାନ କରାଯାଉ ଭଳି ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛିି। ଭଦ୍ରକ ତହସିଲ ଅଧିନର ୧୨ଜଣ ଆର୍ଆଇ, ୧୨ଜଣ ସହକାରୀ ଆର୍ଆଇ, ୧ ସୁପରଭାଇଜରଙ୍କ ସମେତ ଭଦ୍ରକ ଜିଲ୍ଲାର ୭ଟି ତହସିଲରେ ମୋଟ ୬୫ ଆର୍ଆଇ, ୫୦ ସହକାରୀ ଆର୍ଆଇ ଏବଂ ୯ଜଣ ସୁପରଭାଇଜର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦେନାଂଳନ ଜାରି ରହିବ ବୋଲି ଜିଲ୍ଲା ସଭାପତି ଇନ୍ଦ୍ରମଣି ମଳ୍କଲିକଳ ସମ୍ପାଦକ ଗିରିଶ ଚନ୍ଦ୍ର ନାୟକ, ଉପସଭାପତି ଗୌରତମ ମଲ୍ଲିକ, କାର୍ଯ୍ୟକାରୀ ସମ୍ପାଦକ ନରେଶ ମହାନ୍ତି ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ସୌମ୍ୟ ସିଂ, ଅଜୟ ମହାନ୍ତି, ରବିନ୍ଦ୍ର ଜେନା, କୃପାସିନ୍ଧୁ ସାହ. ଅତୁଲ ଭୁୟାଁ, ରବିନ୍ଦ୍ର ସେଠୀ, ଗଙ୍ଗାଧର ସେଠୀ, ଶରତ ଚନ୍ଦ୍ର ଦାସ ପ୍ରମୁଖ ଭଦ୍ରକ ତହସିଲ ଅଧିନସ୍ଥ ଆର୍ଆଇ, ସହକାରୀ ଆର୍ଆଇ ମାନେ ତହସିଲ ସମ୍ମୁଖରେ ବସିରହି ଆନ୍ଦୋଳନ ଜାରି ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top