ଆନ୍ତର୍ଜାତୀୟ

୭୯ ବର୍ଷ ପରେ ଅଷ୍ଟ୍ରେଲିଆରେ ପ୍ରବଳ ଗରମ ତାପମାତ୍ରା ୪୭ ଡିଗ୍ରୀ ପାର : ଅନ୍ୟପଟେ ଆମେରିକାରେ ପ୍ରବଳ ଥଣ୍ଡା ପାରଦ ମାଇନସ୍ ୭୩ ଡିଗ୍ରୀ

– ଗ୍ଲୋବଲ ୱାର୍ମିଙ୍ଗର ଅସର: ଅଷ୍ଟ୍ରେଲିଆରେ ପ୍ରବଳ ଗରମ: ଆମେରିକାରେ ପ୍ରବଳ ଥଣ୍ଡା
ସିଡନୀ ୮-୧ (ଓଡ଼ିଆ ପୁଅ) ଦୁନିଆରେ କ୍ଲାଇମେଟ ଚେଞ୍ଜର ଅସର ଦେଖିବାକୁ ମିଳିଲାଣି। ଆମେରିକାରେ ବରଫର ଝଡ଼ ତୋଫାନ ହେଉଥିବା ବେଳେ ଅନ୍ୟ ପଟେ ଅଷ୍ଟ୍ରେଲିଆରେ ୭୯ ବର୍ଷ ପରେ ସବୁଠାରୁ ଅଧିକ ଗରମର ସାମନା କରିବାକୁ ପଡ଼ୁଛି। ମାଇନସ ୭୩.୩ ଡିଗ୍ରୀ ସେଲ୍ସିୟସ ତାପମାନ ସହିତ ଆମେରିକାର ନ୍ୟୁ ହୈମ୍ପଶାୟର ସବୁଠାରୁ ଥଣ୍ଡା ଜାଗା ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ଗରମ ସ୍ଥାନ ସିଡନୀରେ ୪୭.୫ ଡିଗ୍ରୀ ସେଲ୍ସିୟସ ତାପମାନ ରେକେର୍ଡ କରାଯାଇଛି। ୧୯୩୯ରେ ୪୭.୭ ଡିଗ୍ରୀ ତାପମାନ ରେକର୍ଡ଼ କରାଯାଇଥଇଲା।
ଅଷ୍ଟ୍ରେଲିଆରେ ହାରାହାରି ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ପହୁଁଚିବ ବୋଲି ଆଶା କରାଯାଉଛି।
– ଅଷ୍ଟ୍ରେଲିଆରେ ଜାନୁଆରୀ ସାଧାରଣତଃ ଟେମ୍ପରେଚର ୨୭.୫ ଡିଗ୍ରୀ ରହେ। ଏହା ୨୦ ଡିଗ୍ରୀ ସେଲ୍ସିୟସ ଅଧିକ
– ଗ୍ଲୋବଲ ୱାର୍ମିଙ୍ଗରେ ୧୦୦ ବର୍ଷରେ ଭୂପୃଷ୍ଠର ପାରଦ ୧ ଡିଗ୍ରୀ ବଢ଼ିଯାଇଛି। ଏହି କାରଣରୁ ଗରମ (ଖରା) ଏବଂ ଥଣ୍ଡା(ଶୀତ)ରେ ଅନୁମାନରୁ ହଟିକରି ପରିବର୍ତ୍ତନ ହେଉଅଛି।
– ୨୦୦୦ ରୁ ୨୦୧୪ ମଧ୍ୟରେ ଅଷ୍ଟ୍ରେଲିଆ ରେ ଥଣ୍ଡାର ଏକ ରେକର୍ଡର ସାମନାରେ ଗରମର ୧୪ ରେକର୍ଡ ବନିଲାଣି
– ୧୯୧୦ ରୁ ୧୯୬୦ ମଧ୍ୟରେ ଗର୍ମୀ-ଥଣ୍ଡାର ଟ୍ରେଣ୍ଡ ଏକ ପ୍ରକାରର ରହୁଥିଲା
– ଏମିତି ରହିଲେ ୨୦୪୦ ପର୍ଯ୍ୟନ୍ତ ସିଡନୀ ଏବଂ ମେଲବର୍ଣ୍ଣର ତାପମାତ୍ରା ୫୦ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଁଚି ଯିବ।

୮୫ ବର୍ଷ ପରେ ନ୍ୟୁ ହୈମ୍ପଶାୟର ରେ ସବୁଠାରୁ ଥଣ୍ଡା

– ଆମେରିକାର ୬୦୦୦ ଫୁଟ ଉଚ୍ଚା ଉପରେ ସ୍ଥିତ ନ୍ୟୁ ହୈଂପଶାୟର ପାହାଡ଼ରେ ପାରଦ ରେକର୍ଡ ମାଇନସ ୭୩ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ୮୫ ବର୍ଷରେ ସବୁଠାରୁ କମ। ୧୯୩୪ରେ ମାଇନସ ୫୭ ଡିଗ୍ରୀ ରେକର୍ଡ଼ କରାଯାଇଥିଲା।
– ବରଫର ଝଡ଼ ତୋଫାନ କାରଣରୁ ଧ୍ରୁବୀୟ ଚକ୍ରବାତୀ ପବନ (Polar cyclonic wind) ଯୋଗୁଁ ଏହା ଲୋ ପ୍ରେଶର ପାଇଁ ଆମେରିକାର ଉପରେ ଅଟକି ଯାଇଛି। ଆଗକୁ ଯାଇପାରୁନାହିଁ। ଏହାଯୋଗୁଁ ବପଫର ତୋଫାନ ପରି  ଘଟଣା ଏଠାରେ ଅନେକ ବର୍ଷ ହେବ ଦେଖିବାକୁ ମିଳୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top