Home କୋରାପୁଟ ୭୨ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

୭୨ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

96

କୋରାପୁଟ ; ତା୧୫-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ପୋଲିସ ପ୍ୟାରେଡ ପଡିଆଠାରେ ୭୨ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ମୁଖ୍ୟଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ।ପ୍ରବଳ ବର୍ଷା ହେଉଥିବାରୁ କେବଳ ପୋଲିସର ୮ ଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୧୧ଟି ସରକାରୀ ବିଭାଗ ଦ୍ୱାରା ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ୫ ଜଣ ହିତାଧିକାରୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଚକ୍ରବର୍ତୀ କାର୍ଡ ପ୍ରଦାନ କରିଥିଲେ ।ଜିଲ୍ଲାର ଶ୍ରେଷ୍ଠ ଅଧିକାରୀ ଭାବେ ସେମିଲିଗୁଡା ତହସିଲଦାର ଅନିଲ ସେଠୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିବା ବେଳେ କୋଟପାଡ ବିଡିଓ ବିଶ୍ୱଚନ୍ଦ୍ର ବର୍ମନ ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ , ବଜାର ନିରୀକ୍ଷକ ଗାୟତ୍ରୀ ପଟନାୟକ ,କୃଷି ସୁପରଭାଇଜର ନିଳାଞଳ ମିଶ୍ର ,ଗ୍ରାମସେବକ ସୁଶାନ୍ତ ବିଡିକା ,ଏସସିଇଡବ୍ଲୁ ହରିହର ଦାସ ଓ ହେମନ୍ତ କୁମାର ଶତପଥି ,ଏସସିଓ ଜୟ ବଡନାୟକ ,ଡବ୍ଲୁଏମଟି ଲକ୍ଷ୍ମିନାରାୟଣ ହୋତା ,ପଶୁଧନ ନିରୀକ୍ଷକ ଏମ .ମାଝି ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ନାୟକ ,ପିଇଓ କାର୍ତିକ ଚନ୍ଦ୍ର ନାୟକ ,ଜିଆରଏସ ଏସ.ଏସ.ପଟନାୟକ ,ସିଆରସିସି କେ .କୁଲଦୀପ ,ସହକାରୀ ଶିକ୍ଷକ ପ୍ରତାପ କୁମାର ମନ୍ତ୍ରୀ ଓ ଟି .ସୁବୁଦ୍ଧି ,ଫରେଷ୍ଟ ଗାର୍ଡ ଶ୍ରୀଧର ହୋତା ,ହେଡକ୍ଲର୍କ ରାଜ କିଶୋର ସାହୁ , ବରିଷ୍ଠ କ୍ଲର୍କ ପ୍ରକାଶ କୁମାର ସାମଲ , କନିଷ୍ଠ କ୍ଲର୍କ ପି .ଏନ.ଭୁୟାଁ ,ବୋରିଗୁମ୍ମା ଲ୍ୟାମ୍ପ ଏମଡି ମନୋଜ କୁମାର ଦାଶ , ନାରାୟଣପାଟଣା ବ୍ଲକ ଡବ୍ଲୁଇଓ ଦେବେନ୍ଦ୍ର କୁମାର ସାମଲ ,ମେଡିକାଲ ଅଫିସର ଡାକ୍ତର ସାରଥୀ ପ୍ରସାଦ ମୁନି , ଷ୍ଟାଫ ନର୍ସ ମନୋରମା ବେହେରା , ଏଏନଏମ ମୋହିନିତାରା କୁଲଦୀପ , ଆଶାକର୍ମି ବାଇଦି ଖିଲ , ଆଇସିଡିଏସ ସୁପରଭାଇଜର ବିନୋଦିନୀ ବେହେରା ,ଏଡବ୍ଲୁଡବ୍ଲୁ ଗାଙ୍ଗେଶ୍ୱରୀ ସାହୁ , ପିଇଓ ସତ୍ୟ ନାରାୟଣ ରଥ , ଏପିଡି ଗୈାରୀଶଙ୍କର ସାହୁ ଓ ହିମାଂଶୁ ଭୁଷଣ ଶତପଥି ଓ କର୍ମଚାରୀଙ୍କ ପୁରସ୍କୃତ କରାଯାଇଥିଲା ।ପ୍ରଜ୍ଞାପନ ମେଢ ପ୍ରଦର୍ଶନରେ ସର୍ବଶିକ୍ଷା ଅଭିଯାନ ୧ ମ ହୋଇଥିବା ବେଳେ ଉଦ୍ୟାନ ବିଭାଗ ୨ୟ ଓ ଜିଲ୍ଲା ଜଳ ଓ ପରିମଳ ବିଭାଗ ୩ ୟ ସ୍ଥାନ ପାଇ ପରୁସ୍କୃତ ହୋଇଥିଲେ ।ଆଂଚଳିକ ବନ ସଂରକ୍ଷକ ପ୍ରଫୁଲ୍ଲ କୁମାର ମଲ୍ଲିକ ,କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଦେବେନ କୁମାର ପ୍ରଧାନ ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ସିଡିଏମଓ ଡାକ୍ତ ଲଲିତ ମୋହନ ରଥ ,କୋରାପୁଟ ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା , ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ,ନନ୍ଦପୁର କଲେଜ ଅଧ୍ୟାପକ ରବି ଶତପଥି ଯୋଗଦେଇ ପରିଚାଳନାରେ ସହ ଯେଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.