ad
ଜିଲ୍ଲା ପରିକ୍ରମା

୭୧ତମ ସର୍ବୋଦୟ ମେଳାର ପ୍ରତିଷ୍ଠା ଦିବସ

ପୁରୀ, ୧୩/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ମହାତ୍ମାଗାନ୍ଧିଙ୍କ ଆଦର୍ଶ ଜୀବନୀ ଯୁବଗୋଷ୍ଠୀ ପାଇଁ ପ୍ରେରଣାଦାୟକ। ସେଥିରେ ଶୃଙ୍ଖଳିତ ଜୀବନ ଗଠନର ବାର୍ତ୍ତା ରହିଛି। ଓଡ଼ିଶାକୁ ଅପରାଧବୁକ୍ତ କରିବା ପାଇଁ ମଦବିକ୍ରି ଏବଂ ସେବନ ରୋକାଯିବା ଉଚିତ। ନିଶାମୁକ୍ତ ଭାରତର ଗଠନ ସ୍ୱପ୍ନ ଗାନ୍ଦିଜୀ ଦେଖିଥିଲେ ବୋଲି ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମତ ଦେଇଛନ୍ତି। ୭୧ତମ ସର୍ବୋଦୟ ମେଳା ଗାନ୍ଧି ସ୍କୃତିପୀଠ ପ୍ରତିଷ୍ଠା ଉତ୍ସରେ ସୋମବାର ସେ ଉଦଘାଟକ ଭାବେ ଯୋଗଦେଇ କହିଲେ ମହାତ୍ମାଗାନ୍ଧିଙ୍କ ଚିତାଭସ୍ମ ୧୯୪୮ ଫେବୃଆରୀ ୧୨ରେ ପୁରୀ ମହୋଦଧିରେ ବିସର୍ଜନ କରାଯାଇଥିଲା। ଯୁବ ଓ ଛାତ୍ରସମାଜ ସଚେତନହେଲେ ଗାନ୍ଧିଜୀଙ୍କ ସ୍ୱପ୍ନର ରାମରାଜ୍ୟ ଗଠନ ସମ୍ଭବପର ହୋଇପାରିବ। ସର୍ବୋଦୟ ମେଳାକମିଟି ସମ୍ପାଦକ ଶିବପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ବିଜୟ କିଶୋର ମହାନ୍ତି ମାନପତ୍ର ପାଠ କରିଥିଲେ। ରମାକାନ୍ତ ନାଥଙ୍କ ପୁସ୍ତକ ସମୟର ଡ଼ାକ ଉନ୍ମୋଚନ କରାଯାଇଥିଲା। ଅବସର ପ୍ରାପ୍ତ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମାୟାଧର ମହାରଣା ଦ୍ୱିତୀୟ ଅଧିବୋନରେ ସଭାପତିତ୍ୱ କରିଥିଲେ। ଓଡ଼ିଶାର ଖଦୀ ଓ ଗ୍ରାମୋଦ୍ୟୋଗର ବିକାଶ, ନିଶା ନିବାରଣ, ସ୍ୱଚ୍ଚତା ଏବଂ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଅଧୀକ୍ଷଣ ଯନ୍ତ୍ରୀ ବିଜୟ ଚନ୍ଦ୍ର ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଶାସକ ବିଜୟ କୁମାର ନନ୍ଦ, ଶିକ୍ଷାବିତ୍ ସୁଧାକର ମହାପାତ୍ର, ବିଶିଷ୍ଟ ଗାନ୍ଧିବାଦୀ ବେଣୁଧର ପାଣିଗ୍ରାହୀ, ନିଶାକର ଦାସ, ସମାଜସେବୀ ପ୍ରତିମା ମିଶ୍ର ବକ୍ତବ୍ୟ ରଖିଥିଲେ। କ୍ରିଷ୍ଣା ମହାପାତ୍ର ଓ ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସର୍ବୋଦୟ ପାତ୍ର ପ୍ରଦାନ କରାଯାଇଥିଲା। ବାସୁଦେବ ସାହୁ, ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ନବକିଶୋର ରଥ, ନାରାୟଣ ନନ୍ଦ, ଉମେଶଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥବଲେ। ଶତାଧିକ ଗାନ୍ଧୀବାଦୀ ଓ ସର୍ବୋଦୟ କର୍ମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top