୭୦ ବର୍ଷ ପରେ ତିଅରବସାରେ ପହଞ୍ଚିଲା ବିଦ୍ୟୁତ ସେବା

ପୁରୁଷୋତ୍ତମପୁର, ୩/୬ (ଓଡିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଅରଖପୁର ପଞ୍ଚାୟତର ତିଅର ବସା ହାମଲେଟ ଗ୍ରାମରେ ବିଦ୍ୟୁତ ସେବା ପହଞ୍ଚିଛି। ଏହି ସେବାକୁ ନେଇ ଗ୍ରାମରେ ଖୁସି ଲହରୀ ଖେଳିଯାଇଛି। ଦେଶ ସ୍ବାଧୀନ ହେବାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମର ୩୦ ପରିବାର ବିଦ୍ୟୁତ ସେବାରୁ ବଞ୍ଚିତ ଥିଲା। ଆଜି ସାଉଥକୋ ଜେନେରାଲ ମ୍ୟାନେଜର ଲେଙ୍କା ପ୍ରସାଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହ ଲତା ପଣ୍ଡା ଫିତା କାଟି ଶୁଭ ଉଦ୍ଘାଟନ କରି ସୁଇଚ୍ ଟିପି ବିଦ୍ୟୁତ ସେବା ଯୋଗାଇ ଥିଲେ। ଏହି ଉସବରେ ଜିଲ୍ଲା ବିଜେଡି ଉପସଭାପତି ଅରୁଣ କୁମାର ପଣ୍ଡା, ଏସ୍ଡିଓ ସ୍ବରୂପ କୁମାର ପାତ୍ର, ଜେଇ ମହମ୍ମଦ ରଜିଉଲ୍ଲା, ନାଇନମେନ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ୭ ଲକ୍ଷ ଟଙ୍କା ବ୍ୟୟରେ ୨୫ କିଲୋୱାଟର ଏକ ଟ୍ରାନ୍ସଫର୍ମର ବସାଯାଇ ଗ୍ରାମକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *