୭୦ ବର୍ଷର ସ୍ବାଧୀନତା ଓ ୧୭ ବର୍ଷର ଉପଲବ୍ଧି ମୂଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା ଚକ୍ର

ପାଟଣା, ତା୦୧/୧୧(ଓଡ଼ିଆ ପୁଅ/ଅଭିମନ୍ୟୁ)
କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ସମର୍ଥନରେ ଉଖୁଣ୍ଡାର ବୃହତ୍ ଶାନ୍ତି କମିଟି ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ଉଖୁଣ୍ଡା ପଞ୍ଚାୟତ ପଡିଆଠାରେ ଏକ ଜନ ସମାବେଶରେ ଓଡିଶାର ଗର୍ବ ଓ ଗୌରବ ଶ୍ରେଷ୍ଠ ପ୍ରଶାସକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ ୭୦ବର୍ଷର ସ୍ୱାଧୀନତା ବନାମ ୧୭ବର୍ଷର ଉପଲବ୍ଧି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ପାଟଣା ନିର୍ବାଚନ ମଣ୍ଡଳୀର ୧୫୦ଜଣ ଜଣାଶୁଣା ବରିଷ୍ଠ ନାଗରିକ ଓ ୫୦ଜଣ ସମ୍ମାନୀୟ ମହିଳାଙ୍କୁ ଉତ୍ତରୀୟ ଓ ଫୁଲହାର ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଛନ୍ତି । ବରିଷ୍ଠ ନାଗରିକ ତଥା ପୂର୍ବତନ ବ୍ୟାଙ୍କ ଅଧିକାରୀ ନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅତିଥି ବକ୍ତା ତଥା ଆଲୋଚକ ଭାବେ ପ୍ରଫେସର ଡ଼ ବିମ୍ବାଧର ବେହେରା, କେସିସି ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ପ୍ରଗତିଶିଳ ନାଗରିକ ମଞ୍ଚ ସଭାପତି ଧିରେନ୍ଦ୍ର ରାଉତ, ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସଭାପତି ନୃସିଂହନାଥ ସିଂହ, ଆଇଡିଏ ସଂପାଦିକା ସେବତୀ ସିଂହ, ସର୍ବେଶ୍ୱର ସାହିତ୍ୟ ସଂସଦ ସଂପାଦକ ରବିନ୍ଦ୍ର କୁମାର ନାୟକ, ଡକ୍ଟର ବିପିନ ବିହାରୀ ମହାପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟର ୧୭ବର୍ଷର ସୁଶାସନରେ ନବୀନ ପଟ୍ଟନାୟକଙ୍କ ଶ୍ରେଷ୍ଠତ୍ବର ବିଭିନ୍ନ ଦିଗ ଉପରେ ଆଲୋଚନା ରଖିଥିଲେ । ଚମ୍ପିଆନ୍ କ୍ଲବ ସଭାପତି ସନ୍ତୋଷ କୁମାର ସାହୁ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଜୟଚନ୍ଦ୍ର ମହାନ୍ତ, ତାରିଣୀ କ୍ଲବ ସଭାପତି ଖୁଦୀରାମ ଗିରି, ମା’ ଅନ୍ଧାରୀ କ୍ଲବ ଏମ୍ସି ଲାଇବ୍ରେର ଓ ରୟାଲ କ୍ଲବର କର୍ମକର୍ତ୍ତା ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀ, ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଷିକେଶ ନାଏକ, ଜିଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ବିଜେଡି ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ପୂର୍ବତନ ସାଂସଦ ମାଧବ ସର୍ଦ୍ଧାର, ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଯୁବନେତା ଇଂ ବିନୋଦ ବିହାରୀ ନାୟକ, ପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟି, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଦୀପକ ରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *