୭୦ ବର୍ଷରେ ପଦାର୍ପଣ କରିଛି ଦେବଗଡ଼ର ସାର୍ବଜନୀନ ଗଣେଶ ପୂଜା

ଦେବଗଡ ୨୩-୯ (ଓଡ଼ିଆ ପୁଅ) – ଦେବଗଡ଼ ଗଣେଶ ପୂଜା ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ (ରବିବାର)ଦିନ ବିସର୍ଜନ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସ୍ଥିରିକୃତ ହୋଇଥିଲା।ପ୍ରତେକ ଦିନ ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ମେଲୋଡି, ଫ୍ରି ସୋ ଅପେରା, ଟିକେଟ ସୋ ଅପେରା ସାଙ୍ଗକୁ କମେଡି ଓ କୁନି କୁନି ଛୁଆମାନଙ୍କୁ ନେଇ ସାସ୍କୃତିକ କାର୍ଯ୍ୟକ୍ରମମାନ ହୋଇଥିଲା। ତା ସାଙ୍ଗକୁ ସୁଉଚ୍ଚ ତୋରଣ ସାଙ୍ଗକୁ ମନମୋହିଲା ଭଳି ବିଭିନ୍ନ ରଙ୍ଗର ଆଲୋକ ମାଳାରେ ସୁସଜ୍ଜିତ କରାଯାଏ ଯାଇଥିଲା। ସବୁ ବର୍ଷ ପରି ଏବର୍ଷ ମଧ୍ୟ ଗଣେଶ ଲଡୁ ନିଲାମ ଡକାଯାଉଥିଲା କିନ୍ତୁ ଏବର୍ଷ ଲଟେରୀ ମାଧ୍ୟମରେ ହେବାର ସ୍ଥିରିକୃତ ହୋଇଥିଲା। ଏହି ଲଟେରୀ ମୂଲ୍ୟ ୧୦୦୧ ଟଙ୍କା ରଖାଯାଇଥିଲା। ଆଉ ଏହା ୧୫୦ଟି ଲଟେରୀ କୁପନ ବିକ୍ରି କରାଯାଇଥିଲା। ଆଉ ଏକ ବର୍ଷର ଲଡୁ ୪ର୍ଥ IRB ବାଟାଲିୟନର ଅବଲୁ ଦଣ୍ଡସେନା ବିଜେତା ଭାବେ ଘୋଷିତ ହୋଇଥିଲେ। ଚଳିତ ବର୍ଷର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଦେବତା, ସଂପାଦକ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଝାଙ୍କର, କୋଷାଧ୍ୟକ୍ଷ ରାଜକିଶୋର ଆଚାର୍ଯ୍ୟଙ୍କ ପରିଚାଳନାରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ ହୋଇଯାଇଛି।

Leave a Reply

Your email address will not be published. Required fields are marked *