ଓଡ଼ିଶା

୭୦ ତମ ରାଜଧାନୀ ପ୍ରତିଷ୍ଠା ଦିବସ: ୧୩ଜଣଙ୍କୁ ରାଜଧାନୀ ଗୌରବରେ ସମ୍ମାନିତ କରାଯିବ

ଭୁବନେଶ୍ୱର, ୧୦ା୪ (ଓଡ଼ିଆ ପୁଅ): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ସଂସ୍କୃତି, ସାହିତ୍ୟ ଓ ଓଡ଼ିଆ ଭାଷା ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ମିଳିତ ସହଯୋଗରେ ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ଦୀର୍ଘ ୩୦ବର୍ଷ ଧରି ପାଳନ କରାଯାଉଛି। ଚଳିତବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ଅପ୍ରେଲ୍ ୧୩ରୁ ୧୫ ତାରିଖ ୩ଦିନ ଧରି ପାଳନ କରାଯିବ। ଓଡ଼ିଶା ବିଧାନ ସଭା ସୌଧ ନିକଟରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ଏପ୍ରିଲ ୧୩ ତାରିଖ ସକାଳ ୭.୩୦ ମିନିଟ୍ରେ ଉତ୍ସବର ଆୟୋଜନ କରାଯିବ। ଏଥିନିମନ୍ତେ ରବୀନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ସ୍କୁଲ୍ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବେସାମରିକ ପ୍ୟାରେଡ଼ ଅନୁଷ୍ଠିତ ହେବ। ବିଧାନ ସଭାର ମାନ୍ୟବର ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବେସାମାରିକ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ। ଓଏସ୍ଏପିର ସପ୍ତମ ବାଟାଲିୟନ ଏବଂ ସିଆରପିଏଫ୍ର ପୋଲିସ୍ ବ୍ୟାଣ୍ଡ ବାଦନ କରିବେ। ଏହି ପ୍ୟାରେଡ଼ କାର୍ଯ୍ୟକ୍ରମ ସକାଳ ୭ଟା ୩୦ ମିନିଟ୍ ରୁ ୯ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ରାଜଧାନୀର ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ’ରେ ସମ୍ମାନିତ କରାଯିବ। ବରିଷ୍ଠ ପ୍ରଶାସକ ଭାବେ ସଞ୍ଜୀବ ଚନ୍ଦ୍ର ହୋତାଙ୍କୁ, ଶିଳ୍ପପତି ଭାବେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କୁ, ଅଭିନେତା ଭାବେ ସମରେଶ ରାଉତରାୟଙ୍କୁ, ଅଭିନେତ୍ରୀ ଭାବେ ଝିଲିକିଙ୍କୁ, ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରେମାନନ୍ଦଙ୍କୁ, ଆଡ଼ଭୋକେଟ ଭାବେ ପ୍ରଶାନ୍ତ କିଶୋର ରାୟଙ୍କୁ, ଖେଳାଳୀ ଭାବେ ଜୟନ୍ତୀ ବେହେରାଙ୍କୁ, ସମାଜସେବା ଭାବେ ଶୁଶ୍ରୁସା ଅନୁଷ୍ଠାନକୁ, ବେଷ୍ଟ ଡ଼ାକ୍ତର ଭାବେ ସିଦ୍ଧାନ୍ତ କରଙ୍କୁ, ବେଷ୍ଟ ଟ୍ରାଫିକ୍ ଭାବେ ଅମାନତ ଅଲ୍ଲୀଙ୍କୁ, ବେଷ୍ଟ ନର୍ସ ଭାବେ ସୁଲୋଚନା ଦାସଙ୍କୁ, ବେଷ୍ଟ ପୋଷ୍ଟମ୍ୟାନ୍ ଭାବେ ବଂଶୀଧର ସାହୁଙ୍କୁ ଏବଂ ବେଷ୍ଟ ଝାଡ଼ୁଦାର ଭାବେ ମଦନ ନାୟକଙ୍କୁ ରାଜାଧାନୀ ଗୌରବରେ ସମ୍ମାନିତ କରାଯିବ। ଏଥିରେ ରାଜ୍ୟର ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ, ସାଂସଦ ଓ ବରିଷ୍ଠ ପ୍ରଶାସକମାନେ ଯୋଗଦେବେ। ପୂର୍ବାହ୍ନ ୧୦ ଘଟିକାରେ ଜୟଦେବ ଭବନଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜଧାନୀ ପ୍ରତିଷ୍ଠା ସମ୍ପର୍କରେ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ବିଭାଗୀୟ ଶାସନ ସଚିବ ହେମନ୍ତ ଶର୍ମା ଉଦ୍ଘାଟନ କରିବେ। ସେଦିନ ଅପରାହ୍ନରେ ଇନ୍ଦିରା ପାର୍କ ପରିସରସ୍ଥିତ ରାଜଧାନୀ ମଣ୍ଡପଠାରେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯିବ। ଏଥିରେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବରିଷ୍ଠ ପ୍ରଶାସକ, ପୋଲିସ୍ ମହାନିର୍ଦ୍ଦେଶକ ପ୍ରମୁଖ ଯୋଗଦେବେ। ଏହି ଅବସରରେ ସନ୍ଧ୍ୟାରେ ରାଜଧାନୀର ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜଧାନୀଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସଂସ୍କୃତି ସାହିତ୍ୟ ଓଡ଼ିଆ ଭାଷା ବିଭାଗ ପକ୍ଷରୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ। ୧୪ ଓ ୧୫ ତାରିଖରେ ରାଜଧାନୀ ମଣ୍ଡପରେ ସଂସ୍କୃତି, ସାହିତ୍ୟ ଓ ଓଡ଼ିଆ ଭାଷା ପକ୍ଷରୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀ ଓ ତାଙ୍କର ସହଯୋଗୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ସୁବାସ ଦାଶ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ଗୁରୁ ପ୍ରତିଭା ପଣ୍ଡା ଓ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଏବଂ କେନ୍ଦ୍ର ସଙ୍ଗୀତ ନାଟକ ପ୍ରଭାଗ ପକ୍ଷରୁ ଗୋଟିପୁଅ ନାଚ ପରିବେଷଣ କରାଯିବ ବୋଲି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସାମ୍ବାଦିକ ସନତ ମିଶ୍ର ଏବଂ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top