୭ଜଣ ଡକାୟତକୁ ଗିରଫ କଲା ତାଳଚେର ପୋଲିସ

ତାଳଚେର, ୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ଜୁଲାଇ ଓ ଅଗଷ୍ଟ ମାସରେ ତାଳଚେର ସାଉଥବଲଣ୍ଡା କଲୋନୀ ସ୍ଥିତ କ୍ୱାର୍ଟରରେ ହୋଇଥିବା ଚୋରୀର ପର୍ଦ୍ଦଫାଶ କରିଛି ତାଳଚେର ପୋଲିସ। ପୁରୁଷ ଲୋକଙ୍କ ଅନୁପସ୍ଥିତିରେ ଉକ୍ତ ୨ କ୍ୱାର୍ଟରରେ ପଶି ପରିବାରର ମହିଳାମାନଙ୍କୁ ମାରଣାସ୍ତ୍ର ଦ୍ୱାରା ଭୟଭୀତ କରି ଆଖି ପିଛୁଳାକେ ସୁନା ଓ ରୂପା ଗହଣା, ନଗଦ ଅର୍ଥ ନେଇ ଫେରାର ହୋଇ ଯାଇଥିବା ଏକ ୭ଜଣିଆ ଡକାୟତ ଗ୍ୟାଙ୍ଗକୁ ତାଳଚେର ପୋଲିସ ଧରିବାରେ ସଫଳ ହୋଇଛି। ଏ ସମ୍ପର୍କରେ ଆଜି ପୂର୍ବାହ୍ନରେ ତାଳଚେର କୋଲିୟରୀ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରକାଶଯୋଗ୍ୟ, ଗତ ତା୩୦/୦୮/ ୨୦୧୮ ରିଖ ସନ୍ଧ୍ୟାରେ ବିକ୍ରମପୁର ଥାନା ଅନ୍ତର୍ଗତ ସି.ଡବ୍ଲୁ.ସି କଲୋନୀ କ୍ୱାର୍ଟରରେ ରହୁଥିବା ମଦନ ମୋହନ ବିଶ୍ୱାଳଙ୍କ ଘରୁ ଏବଂ ତା୧୬/୦୭/୨୦୧୮ରିଖ ରାତିରେ କୋଲିୟରୀ ଥାନା ଅନ୍ତର୍ଗତ ସାଉଥବଲଣ୍ଡା କଲୋନୀସ୍ଥିତ କ୍ୱାର୍ଟରରେ ରହୁଥିବା ବିଦ୍ୟାଧର ଦାସଙ୍କ ଘରୁ ସୁନାରୁପା, ନଗଦ ଅର୍ଥ, ମୋବାଇଲ, ଆଦି ଚୋରି ହୋଇଥିବା ନେଇ ଉଭୟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ ଏ ବାବଦରେ ୨ଟି କେସ୍ ରୁଜୁ କରାଯାଇଥିଲା। ତାଳଚେର ଏସଡିପିଓ, କୋଲିୟରୀ ଥାନା, ବଲଣ୍ଡା ଫାଣ୍ଡି, ବିକ୍ରମପୁର ପୋଲିସ ପକ୍ଷରୁ ମିଳିତଭାବେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅନୁସନ୍ଧାନ ଚଳା ଯାଇଥିଲା। ପୋଲିସ ପକ୍ଷରୁ ବ୍ୟାପକ ଖାନତଲାସି ପରେ ଗୋବରା ଗ୍ରାମ ମଝିଢିପ ସାହିର ବିକ୍ରମ ବେହେରାଙ୍କ ପୁଅ ମିଥୁନ ବେହେରା(୨୫), ସାନସିଂଘଡ଼ା ଗ୍ରାମର ବିରଂଚି ପ୍ରଧାନଙ୍କର ପୁଅ ରାଜେଶ ପ୍ରଧାନ(୨୦), ଢେଙ୍କାନାଳ ଜିଲ୍ଲା କନ୍ଦରଶୁଣି ବେଣୁଧର ମୁଦୁଲିଙ୍କ ପୁଅ ଟୁନା ମୁଦୁଲି(୨୭), ଗୋବରା ଗ୍ରାମର ଶରତ ପ୍ରଧାନଙ୍କ ପୁଅ ସିପୁନ ପ୍ରଧାନ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସୁର ବାରିକଙ୍କ ପୁଅ ସମୀର ବାରିକ(୨୬), ଏବଂ କୁକୁଡାଙ୍ଗ ଗ୍ରାମର ପଦି ବେହେରାଙ୍କ ପୁଅ ଅକ୍ଷୟ ବେହେରା(୨୫) ମଦନ ପ୍ରଧାନଙ୍କ ପୁଅ ହିରୋଜ ପ୍ରଧାନଙ୍କୁ ଗିରଫ କରାଯାଇଥିବାର ସୂଚନା ଦିଆ ଯାଇଛି। ଅନ୍ୟତମ ଅଭିଯୁକ୍ତ ଫେରାର ରହିଛି। ଗିରଫ ହୋଇଥିବା ଡକାୟତମାନଙ୍କଠାରୁ ବହୁ ପରିମାଣରେ ସୁନା, ରୂପା ଅଳଙ୍କାର, ନଗଦ ୧୧ହଜାର ଟଙ୍କା, ସେମାନେ ବ୍ୟବହୃତ କରୁଥିବା ଗୋଟିଏ ବାଜାଜ ପଲସର, ଗୋଟିଏ ପ୍ୟାସନ ପ୍ରୋ ମୋଟର ସାଇକେଲ, ମୋବାଇଲ, ଗୋଟିଏ ଛୁରୀ ଆଦି ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ପରେ କୋର୍ଟ ଚାଲାଣ କରା ଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଜିଲ୍ଲ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ସମେତ ତାଳଚେର ଏସଡିପିଓ ହେମନ୍ତ କୁମାର ପଣ୍ଡା, କୋଲିୟରୀ ଆଇଆଇସି ନିରଞ୍ଜନ ସେଠୀ, ବିକ୍ରମପୁର ଆଇଆଇସି ପିତାମ୍ବର ମଲ୍ଲିକ, ତାଳଚେର ସଦର ଆଇଆଇସି ସୈାଭାଗ୍ୟ ସ୍ୱାଇଁ, ବଲଣ୍ଡା ଫାଣ୍ଡି ଅଧିକାରୀ ଏବଂ ଅନ୍ୟାନ୍ୟ ପୋଲିସ ପଦାଧିକାରୀମାନେ ଉପସ୍ଥିତ ଥିଲେ।

 

 

 

 

Leave a Reply

Your email address will not be published. Required fields are marked *