୬ ମାସ ହେଲା ଜିଭିଆର କମ୍ପାନୀ ରେ କାମକରୀ ମଜୁରୀ ନପାଇ ୨୦୦ ଶ୍ରମିକ ଆନ୍ଦୋଳନ କୁ ଓହ୍ନାଇଲେ

ଖଡିଆଳ/ନୂଆପଡା-୧୪.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ରେ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ ଆନ୍ଧ୍ରପ୍ରଦେଶ ର ଜିଭିଆର ନାମକ କମ୍ପାନୀ ଗତ ୨୦୧୪ ମସିହାରୁ କାର୍ଯ୍ୟ କରିଆସୁଅଛି। ନୁଆପଡା ଜିଲା କୁରୁମପୁରୀ ଭାୟା ଖଡିଆଳ ଠାରୁ ଭାଲୁମୁଣ୍ଡା ପର୍ଯ୍ୟନ୍ତ ୬୮ କିଲୋମିଟର ରାସ୍ତା ୫ ବର୍ଷ ମଧ୍ୟରେ ତିଆରୀ କାର୍ଯ୍ୟ ସମାପନ କରିବା ପାଇଁ କମ୍ପାନୀ ସରକାରଙ୍କ ଠାରେ ଚୁକ୍ତି କରିଥିବା ବେଲେ ୫ ବର୍ଷ କାଳ ସମ୍ପଣ୍ଣ ହୋଇଯାଇଥିଲେ ମଧ୍ୟ ରାସ୍ତା କାମ ୫୦ ପ୍ରତିଶତ ବାକି ରହିଥିବା ଦେଖିବାକୁ ମିଲିଛି। ଏହି ରାସ୍ତା ତିଆରୀ କାର୍ଯ୍ୟରେ ପ୍ରାୟ ୨୦୦ ସହରୁ ଅଧିକ କର୍ମଚାରୀ ନିଯୁକ୍ତ ଥିବା ବେଲେ ଶ୍ରମିକ ଭାବରେ ୩୦୦ ସହରୁ ଲୋକ କାମ କରୁଛନ୍ତି। ହେଲେ ଏହି କର୍ମଚାରୀ ଓ ଶ୍ରମିକ ମାନେ ମାନେ ଦିର୍ଘ ୬ ମାସହେଲା ନିରବଛିନ୍ନ ଭାବରେ କାର୍ଯ୍ୟକରି ଆସିଥିଲେ ମଧ୍ୟ ପାରଶ୍ରମିକ ପାଇନଥିବା ଅଭିଯୋଗ କରିଛନ୍ତି। ଦିର୍ଘ ୬ ମାସ ହେଲା ପାରିଶ୍ରମିକ ପାଇ ନଥିବାରୁ କମ୍ପାନୀ ର ପ୍ରଜେକ୍ଟ ମେନେଜର ଙ୍କୁ ବାରମ୍ବାର ପାରିଶ୍ରମିକ ଦେବାପାଇଁ ନିବେଦନ କରିଥିଲେ। କିନ୍ତୁ କମ୍ପାନୀ ର ବିଭିନ୍ନ ଆଳ ଦେଖାଇ ପାରିଶ୍ରମିକ ନ ଦେବାରୁ ଗତ ଫେବୃୟାରି ୭ ତାରିଖ ରେ ନୁଆପଡା ଉପ ଜିଲାପାଳ ଙ୍କୁ ଏକ ଅଭିଯୋଗ କରିଥିଲେ। ଉପ ଜିଲାପାଳ ଦିନେ ଦୁଇଦିନ ମଧ୍ୟରେ କମ୍ପାନୀ କୁ କହି ପାରିଶ୍ରମିକ ଦେବାର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୬ ଦିନ ବିତିଯାଇଥିବାରୁ ମଙ୍ଗଳବାର ୨୦୦ ରୁ ଅଧିକ କର୍ମଚାରୀ ଏବଂ ଶ୍ରମିକ ସଂଘଠିତ ହୋଇ ଜିଭିଆର କମ୍ପାନୀ ଅଫିସ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣାରେ ବସିଛନ୍ତି। ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି କମଳ ଚରଣ ତାଣ୍ଡି କର୍ମଚାରୀ ଓ ଶ୍ରମିକ ମାନଙ୍କ ନେତୃତ୍ୱ ନେଉଥିବା ବେଲେ କର୍ମଚାରୀ ସଂଘର ପର୍ଶୁରାମ ତାଣ୍ଡି, ସତ୍ୟ ରାଉତ, ପଙ୍କଜ କୁମାର ମହାନ୍ତି, ନାରାୟଣ ବାରିକ, ଜୟକିଶୋର ପଟ୍ଟନାୟକ ସମେତ ଅନ୍ୟାନ୍ୟ ସଦସ୍ୟ ନେତୃତ୍ୱ ନେଉଛନ୍ତି। କମ୍ପାନୀ ପକ୍ଷରୁ କର୍ମଚାରୀ ଓ ଶ୍ରମିକ ମାନଙ୍କ ପାରିଶ୍ରମିକ ଆଜି ପ୍ରଦାନ ନ କଲେ ଦରକାର ହେଲେ ଆଇନକାନୁନ କୁ ଭାଙ୍ଗିବା ପାଇଁ ବାଧ୍ୟ ହେବୁ ବୋଲି ରୋକଠୋକ ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି। ଖବର ପାଇ ଖଡିଆଳ ତହସିଲଦାର ଅନିଲ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଜିଭିଆର କମ୍ପାନୀ ଦାୟୀତ୍ୱରେ ଥିବା ସହକାରୀ ପିଏମ ଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟ ଦାୟୀତ୍ୱରେ ଥିବା ପିଏମଓ ନଥିବାରୁ ସହକାରୀ ପିଏମ କୈାଣସି ଫଇସଲା କରିପାରି ନଥିଲେ। ଯାହାଫଳରେ ଖଡିଆଳ ତହସିଲଦାର ୭ ଦିନ ମଧ୍ୟରେ ଶ୍ରମିକ ମାନଙ୍କର ପାଶ୍ରେମିକ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ୭ ଦିନ ମଧ୍ୟରେ କମ୍ପାନୀ କୈାଣସି ଫଇସଲା ନ କଲେ ଅନ୍ୟପନ୍ଥା ଗ୍ରହଣ କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ କର୍ମଚାରୀ ଓ ଶ୍ରମିକ ମାନେ ଧାରଣାରୁ ଉଠିଥିଲେ।

Leave a Reply

Your email address will not be published. Required fields are marked *