୬ ଦଫା ଦାବି ନେଇ ବିଜେପି ପକ୍ଷରୁ ଦର୍ପଣ ତହସିଲ୍ ଘେରାଉ ଓ ବିକ୍ଷୋଭ

ଯାଜପୁର, ୧୦/୦୫(ଓଡିଆ ପୁଅ/ମାନସ ରାଉତ)-ଯାଜପୁର ଜିଲାର ଦର୍ପଣ ତହସିଲରେ ଦୀର୍ଘ ଦିନ ହେବ ଦୁର୍ନିତି ଓ ଶାସକ ଦଳ ଇଙ୍ଗିତରେ ଚାଲିଥିବା ବ୍ୟାପକ ଖଣି ଖନନ ଓ ଲୁଟ୍ ସମତେ ୬ ଦଫା ଦାବି ନେଇ ଗୁରୁବାର ଦିନ ବିଜେପି ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାରଯିବା ସଂଗେ ସଂଗେ ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା। ବିଜେପି ଯାଜପୁର ଜିଲା ସଭାପତି ଗୋ÷ତମ ରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଜେପି ଯୁବ ନେତା ତଥା ରାଜ୍ୟ ମିଡ଼ିଆ ପ୍ରବକ୍ତା ଅମର ନାୟକ ଓ ରାଜ୍ୟ ସଂପାଦିକା ଶ୍ରୀମନ୍ତିନୀ ଜେନାଙ୍କ ନେତୃତ୍ୱରେ ପ୍ରାୟ ୫ ହଜାରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ଏହି ଘେରାଉରେ ସାମିଲ ହୋଇଥିଲେ। ଚଣ୍ଡିଖୋଲ ଠାରୁ ଏକ ବିରାଟ ପଟୁଆର ବଡ଼ଚଣା ଦେଇ ଦର୍ପଣ ତହସିଲ ସମ୍ମୁଖରେ ପଂହଚିବା ପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ସମିର ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ୧୮ ବର୍ଷ ଧରି ନବିନ ପଟ୍ଟନାୟକ ସରକାର କେବଳ ନିଜ ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଜନ ସ୍ୱାର୍ଥକୁ ପଛରେ ପକାଇଦେଇଥିବା ଅଭିଯୋଗ କରିଥିଲେ। ଯାାହାକୁ ନେଇ ଏବେ ବଡ଼ଚଣାରେ ପ୍ରତିବାଦ ସ୍ୱରକୁ ଶାଣିତ କରାଯାଇଥିବା ନେଇ ରାଜ୍ୟ ବ୍ୟାପି ଏପରି ଆନ୍ଦୋଳନ ଚାଲିବ ବୋଲି କହିବା ସହ ସ୍ଥାନୀୟ ବିଧାୟକ ଓ ତାଙ୍କ ଆଗ ଧାଡ଼ିର କର୍ମୀମାନେ ସିଧାସଳଖ ଦୁର୍ନିତ ଓ ଖଣିଜ ଲୁଟ୍ ପାଟରେ ସଂପୃକ୍ତି ଥିବା ଅଭିଯୋଗ କରିଥିଲେ। ବଡ଼ଚଣାକୁ ଶାନ୍ତ ସମୃଦ୍ଧ ଭାବେ ଗଢ଼ି ତୋଳିବା ପାଇଁ ପ୍ରତିସୃତି ଦେଇ ବାରମ୍ବାର ଭୋଟ୍ ହାତେଉଥିବା ବିଧାୟକ ଏବେ କେବଳ ଦୁର୍ନିତୀ, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ସାମିଲ ହୋଇଥିବା ଗୋ÷ତମ ରାୟ ଅଭିଯୋଗ କରିଥିଲେ। ଦୀର୍ଘ ୨୦ ବର୍ଷ ଧରି ବିଧାୟକ ଓ ତାଙ୍କ କୋଟେରୀ ଏଠାରେ ଯେଉଁ ଲୁଟ୍ ପାଟ୍ ଓ ଗୁଣ୍ଡାଗର୍ଦି ଚଳାଇଛନ୍ତି ତାହା ଆଉ ଚଳିବ ନାହିଁ ଏବେ ସେମାନେ ସତର୍କ ହୁଅନ୍ତୁ ବୋଲି ଅମର ନାୟକ କହିଥିଲେ। ଏବେ ବଡ଼ଚଣାରେ ମହିଳାମାନେ ସଂଗଠିତ ହୋଇ ବିଜେଡ଼ି ବିରୁଦ୍ଧରେ ଲଢ଼ିବା ପାଇଁ ନିଷ୍ପତି ନେଇଥିବାରୁ ଶ୍ରୀମନ୍ତିନୀ ଜେନା ସେମାନଙ୍କୁ ସ୍ୱାଗତ କରିଥିଲେ। ଦର୍ପଣ ତହସିଲ ଅଂଚଳର ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ସ୍ଥାନରୁ ମାଫି÷ଆଙ୍କ ଦ୍ୱାରା ବେଆଇନ୍ ଖଣି ଖନନ କରାଯାଇ ଦୈନିକ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମାଙ୍କଡ଼ା ଓ ମୋରମ୍ ଲୁଟ୍ କରାଯାଉଥିଲେ ମଧ୍ୟ ତାହାକୁ ତହସିଲଦାର ପରୋକ୍ଷରେ ପ୍ରାତ୍ସାହସ ଯୋଗାଉଥିବା ରାଜ୍ର ପରିଷଦ ସଭ୍ୟ ଉଦୟନାଥ ସାହୁ ଅଭିଯୋଗ କରି ଯଥାଶିଘ୍ର ଏହି ଲୁଟ୍ ପାଟ ବନ୍ଦ କରାନଗଲେ ବିଜେପି ବାଧ୍ୟ ହୋଇ ଆଇନ୍ କୁ ହାତକୁ ନେବ ବୋଲି କହିଥିଲେ। ଦୀର୍ଘ ସମୟ ଧରି ଘେରାଉ ଚାଲିବା ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ୬ ଦଫାର ଦାବି ପତ୍ର ଦର୍ପଣ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ଏହି ଦାବି ପତ୍ରରେ ବଡ଼ଚଣାର ଜଙ୍ଗଲ ଜମିରେ ବସବାସ କରୁଥିବା ଦୁଇ ହଜାରୁ ଉର୍ଦ୍ଧ୍ୱ ଜନଜାତି ବରିବାରଙ୍କୁ ଜମି ପଟା ପ୍ରଦାନ କରିବା ସହ ଭୂମିହୀନ ୧୦ ହଜାରରୁ ଉଦ୍ର୍ଧ୍ବ ପରିବାରକୁ ଘରଢ଼ିହ ଯୋଗାଇଦେବା ଉକ୍ତ ତହସିଲର ଦର୍ପଣ, ସୁଙ୍ଗୁଡ଼ା, ପଲେଇ, ନଳୀପୁର, ପତରାଜପୁର, କଳାଶ୍ରୀ ସମେତ ଅନେକ ଗୁଡ଼ିଏ ମୋ÷ଜାରେ ଅଧାପନ୍ତରିଆ ହୋଇପଡ଼ିଥିବା ଚକବନ୍ଦି ଓ ବନ୍ଦୋବସ୍ତ କାର୍ଯ୍ୟକୁ ଯଥାଶିଘ୍ର ଶେଷ କରିବା ଓ ଇତି ମଧ୍ୟରେ ଖଣି ଚୋରୀ ଦ୍ୱାରା ଆତ୍ମସାତ୍ ହୋଇଥିବା ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରାଜସ୍ୱକୁ ଲୁଟେରାଙ୍କ ଠାରୁ ଆଦାୟ କରିବା ପାଇଁ ଉଲ୍ଲେଖ ଥିବା ଦେଖାଯାଇଥିଲା। ଅନେକମାନଙ୍କ ମଧ୍ୟରେ ବରିଷ୍ଠ ନେତ୍ରୀ ଦେବଜାନୀ ପ୍ରଧାନ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନିରଞ୍ଜନ ସାହୁ, ଜ୍ଞାନ ରଂଜନ ସାହୁ, ଜିଲା ଉପସଭାପତି ପାଣ୍ଡବ ଚାରଣ ଧଳ, ସମିତି ସଭ୍ୟ ପ୍ରିତମ ନାୟକ, ନୃସିଂହ ନାରାୟଣ ହୋତା, ହରିସଂଙ୍କର ପଣ୍ଡା, ବିକାଶ ଦାସ, ରୂପକ ବିଶ୍ୱାଳ, ଦେବ ରଂଜନ ସ୍ୱାଇଁ, ସୁଜିତ୍ ଜେନା ପ୍ରମୁଖ ଘେରାଉରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *