ଓଡ଼ିଶା

୬ ଦଫା ଦାବିନେଇ ଅଗ୍ନିଶମ ସେବା କର୍ମଚାରୀଙ୍କ ଅନିର୍ଦ୍ଧିଷ୍ଟ କାଳପାଇଁ କାର୍ଯ୍ୟବନ୍ଦ

ଖଇରା, ୨୪/୯(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ଅଗ୍ନିଶମସେବା କର୍ମଚାରୀମାନଙ୍କ ତରଫରୁ ୬ ଦଫା ଦାବିନେଇ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଦାବି ଗୁଡିକ ମଧ୍ୟରେ (୧) ଓଡିଶା ଅଗ୍ନିଶମ କର୍ମଚାରୀମାନଙ୍କୁ ଓଡିଶା ପୋଲିସ କର୍ମଚାରୀମାନଙ୍କ ସହିତ ସମାନ ଦରମା ଓ ଭତ୍ତା ପ୍ରଦାନ (୨) ଓଡିଶା ଅଗ୍ନିସେବା ସଂସ୍ଥାର ହାବିଲଦାର ଏବଂ ଫାୟାରମେନ ଆସୋସିଏସନଙ୍କୁ ତୁରନ୍ତ ସରକାରୀ ପଞ୍ଜିକରଣ ଭୁକ୍ତ କରିବା (୩) ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ଦରମାଭୁକ୍ତ କରିବା ସହିତ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଜ ଜିଲ୍ଲା ଏବଂ ଆବଶ୍ୟକ ସ୍ଥଳେ ନିକଟସ୍ଥ ଜିଲ୍ଲାରେ ନିଯୁକ୍ତ କରିବା (୪) ଓଡିଶା ଅଗ୍ନିଶମସେବା ସଂସ୍ଥାରୁ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ପେନ୍ସନ ଓ ଅବସର କାଳୀନ ପ୍ରାପ୍ୟ ପ୍ରଦାନ (୫) ରାଜ୍ୟର ଅନ୍ୟ ସରକାରୀ କର୍ମଚାରୀମାନଙ୍କ ଭଳି ଅଗ୍ନିଶମ କର୍ମଚାରୀମାନଙ୍କୁ ୮ଘଣ୍ଟା ଡ୍ୟୁଟିରେ ମୁତୟନ କରିବା ସହିତ କେଉଁ କେଉଁ କାର୍ଯ୍ୟରେ ନିୟୋଜିତ ରହିବେ ସରକାର ତାହାର ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା (୬) ଓଡିଶା ଅଗ୍ନିସେବାଶମ ସଂସ୍ଥାରେ ଖାଲିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ କରିବା ଆଦି ଦାବି ଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ। ସମସ୍ତ କର୍ମଚାରୀ ମାନେ କାର୍ଯ୍ୟବନ୍ଦକରି ଶୃଙ୍ଖଳାର ସହିତ ବସିଥିବାର ଦେଖିବାକୁ ମିଳିଥିଲା। ଅଫିସ କାର୍ଯ୍ୟ ସହିତ ଜରୁରୀ କାଳୀନ ସେବା ମଧ୍ୟ ସଂପୂର୍ଣ୍ଣ ରୁପେ ଠପ୍ ହୋଇଛି। ଏହିସମୟ ଭିତରେ ଯଦି କୌଣସି ଜରୁରୀ କାଳୀନ ସେବା ଦରକାରପଡେ ସେବା ପାଇବାରୁ ଜନସାଧାରଣ ବଞ୍ଚିତ ହେବେ। କର୍ମଚାରୀମାନଙ୍କର ଅନିର୍ଦ୍ଧିଷ୍ଟ କାଳପାଇଁ କାର୍ଯ୍ୟବନ୍ଦ ବାବଦରେ ଓଆଇସି ହାଡିବନ୍ଧୁ ସିଂଙ୍କୁ ଯୋଗାଯୋଗ କରିବାରୁ ଡିଜିଙ୍କ ନିଦ୍ଦେର୍ଶରେ ୪ଜଣ ହୋମଗାର୍ଡ ଡିଉଟି କରୁଛନ୍ତ, ି ଅଫିସ କାର୍ଯ୍ୟ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଡିଜି କହିଥିବାର ଓଆଇସି ପ୍ରକାଶ କରିଛନ୍ତି। କିନ୍ତୁ ଗାଡି ଗଡିବା ପାଇଁ ଡ୍ରାଇଭର ଦରକାର ହେଉଥିବାବେଳେ ଡିଜି ମୋହଦୟ କିପରି କହିଲେ ଯେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଏହା ଅଂଚଳବାସୀଙ୍କୁ ଆଚମ୍ଭିତ କରିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅହୋରାତ୍ର ଶୃଙ୍ଖଳାଗତ ଭାବରେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top