ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଅଖିଳ ଭାରତ କୃଷକ ଅନୁମୋଦିତ ଓଡିଶା କୃଷକ ସଭାର ସାହାରପଡା ଶାଖା ପକ୍ଷରୁ ୬ଦଫା ଦାବି ନେଇ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। କୃଷକ ଓ କୃଷି ଶ୍ରମିକମାନଙ୍କୁ ସମସ୍ତ ଋଣ ବୋଝକୁ ମୁକ୍ତ କରିବା ଏମ୍ ଏସ ସ୍ୱାମୀନାଥ କମିଶନର ସୁପାରିଶ ମତେ ସମସ୍ତ କୃଷି ଜାତ ଦ୍ରବ୍ୟର ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ପ୍ରଦାନ କରିବା, ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି ଓ କୃଷି ଉପକରଣ ଉପରେ ରିହାତି ବୃଦ୍ଧି କରିବା ପ୍ରକୃତ କୃଷକମାନଙ୍କୁ ପଟା ପ୍ରଦାନ କରିବା ସହ ଜଙ୍ଗଲ ଜମି ଅଧିକାର ଆଇନ ୨୦୧୬ କୁ କାର୍ଯ୍ୟକାରୀ କରିବା। ଗରିବ ଚାଷୀ ଓ କୃଷକଙ୍କୁ ମାସିକ ୫ ହଜାର ଟଙ୍କା ର ପେନସନ ପ୍ରଦାନ କରିବା ଫସଲ ବୀମା କୃଷକ ପରିବାରର ସ୍ୱାସ୍ଥ୍ୟ ବୀମା ଯୋଜନା ସହ ପଶୁ ସମ୍ପଦ ବୀମା ଯୋଜନା କୁ ସୁନିଶ୍ଚିତ କରିବା ଆଦି ୬ ଦଫା ଦାବି ପୂରଣ ନିମନ୍ତେ ସାହରପଡା ବିଡିଓ ଓ ତହସିଲଦାରଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଶତାଧିକ କୃଷକ ସଭାର ସଦସ୍ୟ ସଦସ୍ୟା ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ପରେ ସାହାରପଡା ବ୍ଲକ ଓ ତହସିଲ ଘେରାଉ କରିଥିଲେ। ତହସିଲ ପରିସରରେ ଆଇନ ଅମାନ୍ୟ କରି କୃଷକ ସଭାର ପୂର୍ଣ୍ଣଚନ୍ଦ୍ର ରାଉତ, ତୀର୍ଥବାସୀ ମହାନ୍ତ, ଏବଂ ଭବାନୀ ଶଙ୍କର ମହାନ୍ତଙ୍କୁ ପୋଲିସ ଅଟକ ରଖି ସଭା ପରେ ଛାଡ଼ିଦେଇଥିଲା। ଏହି କାର୍ଯ୍ୟକ୍ରମରେ କୃଷକ ସଭାର ନେତା ଭବାନୀ ଶଙ୍କର ମହାନ୍ତ, ତୀର୍ଥବାସୀ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ରାଉତ, ଖଗେଶ୍ୱର ସାହୁ, ନିରାକାର ମହାନ୍ତ ସୁଷମା ନାଏକ, ମଞ୍ଜୁଲତା ଓରାମ, ଜୟନ୍ତୀ ମହାନ୍ତ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ପାଟଣା ଥାନା ଅଧିକାରି ପ୍ରମୋଦିନୀ ସାହୁ ସାହାରପଡା ଫାଣ୍ଡି ଅଧିକାରୀ ଅଶୋକ ପୋହି ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।
