କୋରାପୁଟ

୬୯ତମ ଜିଲା ସ୍ତରୀୟ ବନ ମହୋତ୍ସବ ଉଦଯାପିତ

କୋରାପୁଟ ; ତା୦୭-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ସଦର ମହକୁମାରେ ଆଜି ୬୯ତମ ଜିଲା ସ୍ତରୀୟ ବନ ମହୋତ୍ସବ ଉଦଯାପିତ ହୋଇଛି। କୋରାପୁଟ ଡିଏଫଓ ପୂର୍ଣିମା.ପିଙ୍କ ତତ୍ୱାବଧାନରେ କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଡାଙ୍ଗଦେଉଳା ଗ୍ରାମରେ ଆୟୋଜିତ ଉଦଯାପନୀ ସମାରୋହରେ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଫୁଲ କୁମାର ମଲ୍ଲିକ, ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି, ଏସପି ଡା.କେ.ଭି.ସିଂହ୍, ଏସଓଜି କମାଣ୍ଡାଂଟ ଆଶିଷ କୁମାର, ପୌର ଅଧ୍ୟକ୍ଷ ଭଗବାନ ବାହିନୀପତି .ଏସିଏଫ ରଂଜନ କୁମାର ନାଗ, ଏ.ଉମା ମହେଶ, କୋରାପୁଟ ପୈାରପରିଷଦ ଅଧ୍ୟକ୍ଷ ଭଗବାନ ବାହିନିପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଡାଙ୍ଗଦେଉଳା ପାହାଡରେ ବିଭିନ୍ନ ପ୍ରକାର ୮ହଜାର ଚାରା ରୋପଣ କରା ଯାଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ନିକଟସ୍ଥ ବସ୍ତି ବାସିନ୍ଦା ଏଥିରେ ସାମିଲ ହୋଇଥିଲେ। କୋରାପୁଟ ବନାଞଳ ଅଧିକାରୀ ସୁବାସ ଚନ୍ଦ୍ର ଖୁଂଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top