୬୪ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

ଫୁଲବାଣୀ, ୧୭ା୧୦ (ଓଡ଼ିଆ ପୁଅ) :୬୪ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଳା ସମବାୟ ସଂଘ ପକ୍ଷରୁ ସମବାୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏହି ଦିବସ ପାଳିତ ହୋଇଯାଇଛି। ସଭାପତି ଗୌରି ଶଙ୍କର ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦିକା ଜ୍ୟୋତିମୟୀ କହଁର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଶୋକ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥିଭାବେ ଜିଲ୍ଳା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡ଼.ଲଲାଟେନ୍ଦୁ କୁମାର ଆଇଚି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମବାୟ ସମିତି ସମୁହର ଉପ-ନିବନ୍ଧକ ପ୍ରମୋଦ କୁମାର ସାହୁ ଯୋଗଦେଇ ସମବାୟ ସମିତି ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥିଭାବେ ନାବାର୍ଡ଼ ଏ.ଜି.ଏମ୍ ଶ୍ରୀବତ୍ସ ଲାଂଚନ ଦାସ, ଆତ୍ମାର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ଦାସ, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସତ୍ୟ ନାରାୟର ପ୍ରଧାନ, ସଂପାଦକ ସୁରେନ୍ଦ୍ର କୁମାର ପ୍ରଧାନ, ଅବସରପ୍ରାପ୍ତ ସମବାୟ ବିଭାଗ ଅଧିକାରୀ ସଂଗ୍ରାମ ସିଂ ପଟନାୟକ ଓ ମଳୟ କୁମାର ଦାସ ଏବଂ ଫୁଲବାଣୀ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ପବିତ୍ର ବେହେରା, ବୌଦ୍ଧର ପାଣୁ ଚରଣ ସାହୁ ଏବଂ ବାଲିଗୁଡ଼ାର ଗଙ୍ଗାଧର କହଁର ପ୍ରମୁଖ ଯେଗାଦେଇ ସମବାୟ ଆନ୍ଦୋଳନ ଉପରେ ଉଦବୋଧନ ଦେବା ସହିତ ସମବାୟ ବିଭାଗ ପକ୍ଷରୁ ରାଜ୍ୟ ସରକାର ଯେଉଁ ସବୁ ସବିଧା ସହଯୋଗ ଯୋଗାଇ ଦେଉଛନ୍ତି ସେ ଉପରେ ଆଲୋକାପାତ କରିଥିଲେ। ଏହି ଅବସରରେ ଜିଲ୍ଳାର ୨୪ ଗୋଟି ସମବାୟ ସମିତିର ସଭାପତି ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଜିଲ୍ଳାରେ ସମବାୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ ଓ ସହଯୋଗିତା ପାଇଁ ତିନିଜଣ ସମବାୟ ସମିତିର ପରିଚାଳନା ନିଦେ୍ର୍ଦାକଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଅଗ୍ରଣୀ ଚାଷୀ ଭାବେ ଜିଲ୍ଳାର ସଂଯୁକ୍ତା ପ୍ରଧାନ, ପୁରସ୍ତମ ପ୍ରଧାନ, ରବିନ୍ଦ୍ର ମଲିକ, ପ୍ରକାଶ ପାତ୍ର, ଶକ୍ତି ପାତ୍ର, ଚୈତନ୍ୟ କହଁର, ସୁରେନ୍ଦ୍ର ବଗର୍ତ୍ତି, ବିରଂଚି ପ୍ରଧାନ, ବିଶ୍ୱନାଥ ବେହେରା, ପଙ୍କଜ ସାହୁ, ଅମାଂଶୁ ପ୍ରଧାନ, ଭିମସେନ ମଲିକ, ଲାବନି ମଲିକ, ମହେନ୍ଦ୍ର ମଲିକ, ପାଣ୍ଡବ ପ୍ରଧାନ, ନବଘନ ପାତ୍ର, ରତ୍ନାକର ପାତ୍ର, ସୁରେନ୍ଦ୍ର ପାତ୍ର, ମାଧବ ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ, ସନ୍ତୋଷ ପ୍ରଧାନ, ଦେବାନନ୍ଦ ପ୍ରଧାନ, ଶ୍ରୀମତି କମଳିନୀ ପ୍ରଧାନ ଓ ନିକଲାସ ପ୍ରଧାନଙ୍କୁ ମାନପତ୍ର ଓ ଉପଠୋକଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସମବାୟ ସଂସ୍ଥାର ସଭାପତି ଓ ଚାଷୀମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ ଆଲୋକପାତ କରିଥିବା ବେଳେ ଟିକାବାଲି ମାଲ ବାଣିଜ୍ୟ ସମବାୟ ସମିତିକୁ ପୁଣିଥରେ କାର୍ଯ୍ୟକ୍ରମ କ୍ଷମ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ଶେଷେରେ ଶିଶିର କାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ସମବାୟ ସମିତିର କର୍ମଚାରୀ, ଉପ-ନିବନ୍ଧକ ସମବାୟ ସମିତିର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *