ad
ଓଡ଼ିଶା

୬ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର ୧-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ସମୁଦ୍ରପତ୍ତନଠାରୁ ୫କିମି ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଏହାଛଡ଼ା ଏବେ ବାଂଲାଦେଶ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ମଧ୍ୟରେ ଥିବା ଘୂର୍ଣ୍ଣିବଳୟ ଓ ମୌସୁମି ଟ୍ରଫଲାଇନ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୬ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଗୁରୁବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉତ୍ତରଓଡ଼ିଶା ଉପକୂଳର ଅଳ୍ପ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ୨୪ଘଣ୍ଟାରେ ଉତ୍ତର ଓଡ଼ିଶା ଉପକୂଳରେ ଅଧିକ ବର୍ଷା ହେବା ସହିତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top