୬ଦଫା ଦାବୀ ନେଇ ଗାଁ ସାଥିଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଖଡିଆଳ/ନୂଆପଡା-୦୧.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ଗାଁସାଥି ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ଶନିବାର ଖଡିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ରାଜ୍ୟର ଅନ୍ୟ ଜିଲାର ଗାଁସାଥିଙ୍କ ରିପୋର୍ଟ ପଠାଯାଇଥିବା ବେଲେ ନୂଆପଡା ଜିଲାର ଗାଁସାଥିଙ୍କ ରିପୋର୍ଟ ପଠାଇବାର ବ୍ୟବସ୍ଥା କରିବା, ଗାଁସାଥି ମାନଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି ଅନୁସାରେ ପର୍ଯ୍ୟାପ୍ତ କାର୍ଯ୍ୟ ସହିତ ଅର୍ଦ୍ଧକୁଶଳୀ ଶ୍ରମିକ ମଜୁରୀ ହାରରେ ୩୦୦ ଦିନର ମନରେଗା କାର୍ଯ୍ୟ ପାଇଁ ମାସିକ ୬ ହଜାର ଟଙ୍କା ପ୍ରଦାନ କରିବା, ପଲ୍ଲୀସଭାରେ ମେଟ ଚୟନ ଉଚ୍ଛେଦ କରିବା, ମନରେଗାରେ ସମ୍ପୂର୍ଣ୍ଣ ଠିକାଦାର ପ୍ରଥା ଉଚ୍ଛେଦ କରାଯିବା, ୨୦୦୮ର ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଗାଁସାଥି ମାନଙ୍କୁ ଅଭିଜ୍ଞତା ସାର୍ଟିଫିକେଟ ପ୍ରଦାନ କରି ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାରେ କାର୍ଯ୍ୟ ପ୍ରଦାନ କରି ଉଚିତ ଆର୍ଥିକ ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସ୍ମାରକ ପତ୍ରର ଏକ କପି ପ୍ରଦାନ କରାଯିବା ପ୍ରମୁଖ ଦାବୀ କରିଛନ୍ତି । ଆଜିର ଏହି ଆନେ୍ଦାଳନରେ ଜିଲା ସଭାପତି ତୁକାରାମ ହିଆଲ, ବ୍ଲକ ସଭାପତି ନମିତା ଦିପ, ବ୍ଲକ ସମ୍ପାଦକ ନିର୍ଭୟ ସିଂବାରିକ, ଉପସଭାପତି କର୍ଣ୍ଣ ମାଝୀ, ଉପଦେଷ୍ଟା ପରମେଶ୍ୱର ବାରିକ, ଅମର ସିଂମାଝୀ, ଟଙ୍କଧର ପୋଡ, ବସନ୍ତ ତାଣ୍ଡି, ଦାମୋଦର ଭୋଇ, ଗଗନେ ଜଗତ, ବିଦ୍ୟାଧର ମେହେର, ବଲିଆର ସିଂମାଝୀ, ଅର୍ଜୁନ ବାଗ, ବିରଞ୍ଚô ନାରାୟଣ ନାଗ, ପର୍ଶୁରାମ ମାଝୀ, ତେଜୁ ଶବର, ମୋହନ ପଟେଲ, କୁନୀ ଜଗତ, ଜମୁନା ମାଝୀ, ଗିତାଞ୍ଜଳୀ ଦୁରୀଆ, ଅଞ୍ଜନା ରାଉତରାୟ, ମମତା ଭୋଇ, ସିମାନ୍ତିନୀ ବନଗୋଲା, ସୁମିତ୍ରା ମାଝୀ, କୁମୁଦିନୀ ବିଭାର, ପ୍ରେମଲତା ବାଗ,ସଙ୍ଗିତା ଛତ୍ରୀଆ, ହେମାଙ୍ଗୀନି ପପ୍ରଧାନୀ, ଗିତାଞ୍ଜଳୀ ବାଗ, ବିନୋଦ ପଟେଲ, ରୁପସିଂ ବାଗ, ଜଗମୋହନ ଶବର, ମୋହନଟ୍ଟେଲ, ଅନ୍ତରାମ ମାଝୀ, ଘନକେଶ୍ୱରୀ ମାଝୀ, ରୋଷନ ବଛା,ପିତାମ୍ବର କାଣ୍ଡ, ରାଜୁପ୍ରସାଦ କାଣ୍ଡ, କୃଷ୍ଣରାଜ ବନଗୋଲା, ସମେତ ଅନ୍ୟାନ୍ୟ ଗାଁସାଥି ଆନେ୍ଦାଳନରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *