ଜିଲ୍ଲା ପରିକ୍ରମା

୬ଦଫା ଦାବିନେଇ ମାଲକାନଗିରି ଜିଲ୍ଲା ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ମାଲକାନଗିରି,୨୪ା୯(ଓଡିଆ ପୁଅ  ) ଓଡିଶା ଅଗ୍ନିଶମ ଅସ୍ଥାୟୀ କର୍ମଚାରୀ ସଂଘର ନିସ୍ପତି କ୍ରମେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ମାନେ ୬ଦଫା ଦାବିନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଥିବା ୭ଟି ଦମକଳ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରାୟ୫୦ରୁ ଉର୍ଦ୍ଦ ଅଗ୍ନିଶମ କର୍ମଚାରୀ ମାନେ କାମବନ୍ଦ ଆନ୍ଦୋଳନ କରିଥିବାରୁ ମାଲକାନଗିରି ଜିଲ୍ଲାରେ ଲାଗିରହିଥିବା ଭୟାବହ ବନ୍ୟାପରିସ୍ଥିତି କୁ ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାନ ଅଡୁଆରେ ପଡିଛନ୍ତି । ଅଗ୍ନିଶମ କର୍ମଚାରୀ ମାନଙ୍କ ଆନ୍ଦୋଳନରେ ଜିଲ୍ଲାରେ ନିଆଁ ଲିଭା ଓ ବିଭିନ୍ନ ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି ହୋଇଛି । ଅଗ୍ନିଶମ କର୍ମଚାରୀ ମାନଙ୍କୁ ପୁଲିସ କର୍ମଚାରି ମାନଙ୍କ ପରି ସମାନ ଦରମା,ଭତା,ଅଗ୍ନିଶମ ସଂସ୍ଥାର ହାବିଲଦାର, ଫାୟାରମ୍ୟାନ ସଂଘକୁ ତୁରନ୍ତ ସରକାରୀ ପଜିଂକରଣ କରିବା,ଚୁକ୍ତିଭିତିକ କର୍ମଚାରୀ ମାନଙ୍କୁ ନିୟମତି କରିବା,ପେନସନ, ଅବସରକାଳିନ ପ୍ରପ୍ୟାପ୍ରଦାନ,ଅନ୍ୟାନ କର୍ମଚାରି ମାନଙ୍କ ପରି ଅଗ୍ନିଶମ କର୍ମଚାରୀ ମାନଙ୍କୁ ୮ଘଟାଂ କାର୍ଯ୍ୟକରାଇବା,ଖାଲିପଡିଥିବା ପଦବି ଗୁଡିକୁ ପୁରଣ କରିବା ଇତ୍ୟାଦି ଦାବିନେଇ ଅଗ୍ନିଶମକର୍ମଚାରୀ ମାନେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top