ଓଡ଼ିଶା

୬ଟି ଶିକ୍ଷାନୁଷ୍ଠାନକୁ ‘ଉତ୍କୃଷ୍ଟ ସଂସ୍ଥାନ’ ଘୋଷିତ କଲେ ସରକାର

– ୩ଟି ସରକାରୀ ଏବଂ ୩ଟି ବେସରକାରୀ ସଂସ୍ଥାନ ଚୟନ
– ‘ଉତ୍କୃଷ୍ଟ ସଂସ୍ଥାନ’କୁ ପାଂଚ ବର୍ଷ ମଧ୍ୟରେ ୧୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା

ସରକାର ୬ଟି ଉକ୍ରୃଷ୍ଟ ସଂସ୍ଥାନର ଚୟନ କରିଛନ୍ତି ଯେଉଁଥିରେ ୩ଟି ସରକାରୀ ଏବଂ ୩ଟି ବେସରକାରୀ ସଂସ୍ଥାନ ସାମିଲ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କମିଟି ଏକ ରିପୋର୍ଟରେ ଏହି ୬ଟି ‘ଉକ୍ରୃଷ୍ଟ ସଂସ୍ଥାନ’ର ସୁପାରିଶ କରିଛନ୍ତି। ଏହି ସଂସ୍ଥାମାନଙ୍କର ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି।

ସରକାରୀ: (୧) ଭାରତୀୟ ବିଜ୍ଞାନ ସଂସ୍ଥାନ, ବେଙ୍ଗାଲୁରୁ, କର୍ଣ୍ଣାଟକ (୨) ଭାରତୀୟ ପ୍ରାଦ୍ୟୋଗିକୀ ସଂସ୍ଥାନ, ମୁମ୍ବାଇ, ମହାରାଷ୍ଟ୍ର (୩) ଭାରତୀୟ ପ୍ରାଦ୍ୟୋଗିକୀ ସଂସ୍ଥାନ, ଦିଲ୍ଲୀ।

ବେସରକାରୀ: (୧) ଜିଓ ଇନଷ୍ଟିଚ୍ୟୁଟ (ରିଲାଏନ୍ସ ଫାଉଣ୍ଡେସନ) ପୁନେ, ଗ୍ରୀନ ଫିଲ୍ଡ ଶ୍ରେଣୀ ଅନ୍ତର୍ଗତ (୨) ବିର୍ଲା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଣ୍ଡ ସାଇନ୍ସ, ପିଲାନୀ ରାଜସ୍ଥାନ (୩) ମଣିପାଲ ଏକାଡେମୀ ଅଫ ହାୟର ଏଜୁକେସନ, ମଣିପାଲ, କର୍ଣ୍ଣାଟକ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଯେ ଏହା ହେଉଛି ଏକ ଐତିହାସକ ନିଷ୍ପତି। ସେ କହିଲେ ଯେ ଏହା ଫଳରେ ଚୟନ କରାଯାଇଥିବା ସଂସ୍ଥାନମାନଙ୍କର ପୂର୍ଣ୍ଣ ସ୍ୱାୟତତା ସୁନିଶ୍ଚିତ ହେବ ଏବଂ ଏମାନଙ୍କୁ ଦ୍ରୂତଗତିରେ ବିକଶିତ ହେବାରେ ସହାୟତା ମିଳିବ। ଏହି ସଂସ୍ଥାନମାନଙ୍କୁ ଅଧିକ କୌଶଳ ଏବଂ ଗୁଣବତାରେ ସୁଧାର ଆଣିବା ସହିତ ଏମାନଙ୍କର ପରିଚାଳନା ସ୍ତର ବଢ଼ାଇବାରେ ଆହୁରି ଅଧିକ ଅବସର ପ୍ରାପ୍ତ ହେବ ଯାହା ଫଳରେ କି ସେମାନେ ଶିକ୍ଷାକ୍ଷେତ୍ରରେ ବିଶ୍ୱସ୍ତରୀୟ ସଂସ୍ଥାନରେ ପରିଣତ ହୋଇପାରିବେ।

ଏହି ଯୋଜନା ଫଳରେ ‘ଉକ୍ରୃଷ୍ଟ ସଂସ୍ଥାନ’ ରୂପରେ ଚୟନ କରାଯାଇଥିବା ସଂସ୍ଥାନମାନଙ୍କୁ ୫ ବର୍ଷ ଅବଧି ମଧ୍ୟରେ ୧୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top