୫ ଯୁବକ ନିଖୋଜ ମାମଲା : ଜଣଙ୍କ ଶବ ଡ୍ରେନ ନାଳରୁ ମିଳିଲା, ବାକିଙ୍କୁ ଖୋଜୁଛି ପୁଲିସ

ରାଉରକେଲା ୧୧/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଟାଙ୍ଗରପାଲ୍ଲୀ ଥାନା ଅନ୍ତର୍ଗତ ହେକେଟ ରୋଡ଼ରେ ଥିବା ଆରଏସପିର ୯ନଂ କଲଭର୍ଟରେ ୫ ଜଣ ଯୁବକ ନିଖୋଜ ଘଟଣାକୁ ୭ ଦିନ ବିତି ସାରିଛି। ଏହି ଯୁବକ ମାନେ ଶୀତଳପଡ଼ା ଅଂଚଳର। ଏମାନେ ସମସ୍ତେ ଆରଏସପି ଡମ୍ପିୟାର୍ଡକୁ ମଳଲୁହା ସଂଗ୍ରହ କରିବାକୁ ଯାଇଥିବା ବେଳେ, ସେଠାରୁ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକଙ୍କ ପକ୍ଷରୁ ଏ ସମ୍ପର୍କରେ ସ୍ଥାନୀୟ ଉଦିତନଗର ଥାନାରେ ଏତଲା ଦେବା ପରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରି ଆଜି ଡ୍ରେନ ନାଳାରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି। ମାତ୍ର ଶବଟି ପଚିସଢି ଯାଇଥିବାରୁ ଏହାକୁ ଚିହ୍ନଟ କରିବା ସମ୍ଭବପର ହେଉନାର୍ହି ବୋଲି ପୁଲିସ କହିଛି। ପୁଣିଥରେ ଅନ୍ୟ ଯୁବକ ମାନଙ୍କୁ ଖୋଜିବା ଲାଗି ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି। ଗତକାଲି ପୁଲିସ ଶୀତଳପଡ଼ା ବସ୍ତି ନିକଟରେ ଅନ୍ୟ ପୁଲିସ କର୍ମଚାରୀ ମାନଙ୍କୁ ନେଇ ନିଖୋଜ ଯୁବକ ମାନଙ୍କୁ ଖୋଜିବା ଲାଗି ଖାନତଲାସ ପ୍ରକ୍ରୀୟା ଆରମ୍ଭ କରିଥିଲେ। ପ୍ରାୟ ୨ ଘଂଟାର ସର୍ଚ୍ଚ ଅପରେସନ ପରେ ନଳା ଭିତରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ମଧ୍ୟ ଏହି ଯୁବକଙ୍କୁ ଚିହ୍ନିବାରେ ଅକ୍ଷମତା ପ୍ରକାଶ କରିଥିଲେ। ପ୍ରକାଶ ଥାଉକି, ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ଅଂଚଳରେ ରହୁଥିବା କ୍ରୀଷ୍ଣା ବଡ଼ାଇକ, ସୁରେଶ ସିଂ, ରାଜୁ ନାଏକ, ବୁବୁନୁ ତିର୍କୀ ଓ ସୁରଜ କୁର୍ମୀ ନାମକ ୫ ଜଣ ଯୁବକଙ୍କ ମଧ୍ୟରୁ ୪ ଜଣ ଗତ ୩ ତାରିଖ ଦିନ ହେକେଟ ରୋଡ଼ ସ୍ଥିତ ୯ ନଂ କଲଭର୍ଟ ଦେଇ କାରଖାନା ଭିତରକୁ ପ୍ରବେଶ କରିଥିଲେ। ମାତ୍ର ସେଠାରୁ ଆଉ ଫେରି ନଥିଲେ। କଲଭର୍ଟରେ ଖୋଜିବା ପାଇଁ ଆଉ ଜଣେ ଯୁବକ ଯାଇଥିଲେ ମଧ୍ୟ ସେ ମଧ୍ୟ ଆଉ ଫେରି ନଥିଲେ। ପରିବାର ଲୋକେ ନିଖୋଜ ଯୁବକ ମାନଙ୍କୁ ବହୁତ ଖୋଜାଖୋଜି କଲେ ମଧ୍ୟ ଆଉ ସନ୍ଧାନ ପାଇ ନଥିଲେ। ପରେ ପୁଲିସରେ ସୂଚନା ଦିଆଯିବା ପରେ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *