୫ ବର୍ଷର ଶିଶୁକନ୍ୟା ଜନ୍ମରୁ ଅନ୍ଧ,ସରକାରୀ ସହାୟତା ଯୋଗାଇ ଦେବାକୁ ବାପା,ମାଁର ଗୁହାରୀ

ଖଡିଆଳ/ନୂଆପଡା-୦୭.୧୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ଖଡିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଝୋଲପଥର ଗ୍ରାମର ଲେକୃ କାଲସେ ଓ ତାଙ୍କ ସହଧର୍ମିଣୀ ଜ୍ୟୋସ୍ନା କାଲସେଙ୍କ ଶିଶୁ କନ୍ୟା ଜନ୍ମ ଅନ୍ଧ ହୋଇଥିବା ବେଲେ ଭିନ୍ନକ୍ଷମ ଅବସ୍ଥାରେ ପଡିରହିଛି । ଶିଶୁ କନ୍ୟାର ନାମ ଦେଇଛନ୍ତି ବର୍ଷା କଲସେ ହୋଇଥିବା ବେଲେ ଶିଶୁ କନ୍ୟାଟି ଜନ୍ମରୁ ଅନ୍ଧ ହୋଇ ଜନ୍ମ ହୋଇଥିବା ବେଲେ ୫ ବର୍ଷ ହେଲା ଚାଲିପାରୁନାହିଁ । ଫଳରେ ଅନେକ ସମସ୍ୟା ଦେଖା ଦେଉଥିବା ବେଲେ ଶିଶୁର ଚିକିସôା ପାଇଁ ଅନେକ ହସପିଟାଲ ମାନଙ୍କରେ ବାପା ମାଁ ଚିକିସ୍ôା କଲାପରେ ମଧ୍ୟ ଝିଅ ବର୍ଷା ଚାଲିପାରୁ ନାହିଁ କି ଦେଖିପାରୁ ନାହିଁ । ପ୍ରକାଶ ଥାଉକି ଝିଆ ବାପା ଲେକୃ କାଲସେ ସୋନପୁର ଜିଲା କାଲସେପାଲି ଗ୍ରାମର ଅଟନ୍ତି । ଦିର୍ଘ ୫ ବର୍ଷହେଲା ଖଡିଆଳ ବ୍ଲକ ଝୋଲପଥର ଗ୍ରାମରେ ରହି ଶ୍ରମିକ ଭାବରେ କାମ କରିଆସୁଛନ୍ତି । ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଶିଶୁର ଚିକିସôା ସେବା ଯୋଗାଇ ଦେବା ସହ ସହଯୋଗ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *