ଓଡ଼ିଶା

୫ ପାଥୋଲ୍ୟାବ୍ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

ସମ୍ବଲପୁର, ୧/୯(ଓଡ଼ିଆ ପୁଅ)- ସମ୍ବଲପୁର ସହରରେ ବିନା ଲାଇସେନ୍ସରେ ଚାଲିଥିବା ୫ଟି ପାଥୋଲ୍ୟାବ୍ କୁ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ଆସିଷ୍ଟାଣ୍ଟ କଲେକ୍ଟର କୁନ୍ତିରାଣୀ ପ୍ରଧାନ ଓ ପୁଲିସ ଫୋର୍ସ ଉପସ୍ଥିତିରେ ସିଡିଏମ୍ ଓ ଡା. କଲ୍ୟାଣ କୁମାର ଗୁପ୍ତା ଏବଂ ଏଡିଏମ୍ ଓ (ପରିବାର କଲ୍ୟାଣ) ଡା. କୁବେର ଚନ୍ଦ୍ର ମହନ୍ତ ହସ୍ ପିଟାଲ ରୋଡ୍ ସ୍ଥିତ ବାଲାଜୀ, ବାଇଓପ୍ ସି ୱାର୍ଲଡ, ଡେବ୍ ସ୍, ଦିବ୍ୟା, ସାଇ ପାଥୋ କ୍ଳିନିକ୍ ରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରିଥିଲେ। ସାଇ ପାଥୋଲ୍ୟାବ୍ ର ଗତ ୫ ବର୍ଷ ହେଲା ବିନା ଲାଇସେନ୍ସରେ ଚାଲିଥିବା ବେଳେ ଅନ୍ୟଗୁଡ଼ିକର ଲାଇସେନ୍ସ ଅବଧି ବର୍ଷାଧିକ ହେଲା ଅତିକ୍ରାନ୍ତ ହୋଇ ସାରିଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷରେ ନୂଆ ଲାଇସେନ୍ସ ଓ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିବା ପରେ ଦୀର୍ଘ ବର୍ଷ ଧରି ଏହାର ପ୍ରକ୍ରିୟାକରଣ କରାଯାଇ ନ ଥିବା ଅଭିଯୋଗ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top