୫ ନକଲି ପରୀକ୍ଷାର୍ଥୀ ଅଟକ

ରାଉରକେଲା ୧୭-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସିଆଇଏସଏଫ ଅଗ୍ନିଶମ ବିଭାଗର କନେଷ୍ଟବଳ ପାଇଁ ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲିଥିଲା। ପ୍ରକୃତ ପରୀକ୍ଷାର୍ଥୀଙ୍କ ବଦଳରେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଅଭିଯୋଗରେ ରାଉରକେଲା ପୁଳିସ ଜିଲ୍ଲାର ଦୁଇଟି ଥାନାରେ ୫ ଜଣ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି। ଏହି କ୍ରମରେ ନୟାବଜାର ସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲ ଓ ସେକ୍ଟର-୧୪ ସ୍ଥିତ ଡିପିଏସରେ ପରୀକ୍ଷା ଅନୁଷ୍ଠିତ କରାଯାଇଥିଲା। ଏହି କ୍ରମରେ ପରୀକ୍ଷା ଅଧିକାରୀ ମାନେ ବାୟୋମେଟ୍ରିକ ଜରିଆରେ ପରୀକ୍ଷାର୍ଥୀଙ୍କ ଯାଂଚ କରୁଥିବା ବେଳେ, ସନ୍ଦେହ ପ୍ରକାଶ କରି ଉକ୍ତ ୫ ଜଣ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ସମେତ ଅନ୍ୟାନ କାଗଜପତ୍ର ଯାଂଚ କରିଥିଲେ। ଯାଂଚ କାଳରେ ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ଏହି ଯୁବକ ମାନେ ପରୀକ୍ଷା ଦେଉଥିବା ସ୍ପଷ୍ଟ ହୋଇ ଯାଇଥିଲା। ପୁଲିସ ଅଟକ ପରୀକ୍ଷାର୍ଥୀ ମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *