ଜିଲ୍ଲା ପରିକ୍ରମା

୫ ଦିନିଆ ଯୋଗ ଶିବିର ସମାହିତ

ଖଡିଆଳ, ତା, ୨୮.୮.୧୮(ଓଡ଼ିଆ ପୁଅ):- ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଡମଝର ଗ୍ରାମ ପଚଂୟତ ଭାଳୁମୁଡା ଗ୍ରାମ ଠାରେ ଗତ ୨୪ ତାରିଖ ଠାରୁ ଅନୁଷ୍ଠିତ ହେଉଥିବା ପାତଜଂଳୀ ଯୋଗ ଶିବୀର ଅନୁଷ୍ଠିତ ହୋଇଯାଇଛି। ଯୋଗ ଶିକ୍ଷକ ଭାବରେ ପାତଜଂଳୀ ସ୍ୱିକୃତି ପ୍ରାପ୍ତ ଯୋଗ ଶିକ୍ଷକ ଅରବିନ୍ଦ ଶାସ୍ତ୍ରୀ ଯୋଗ ଶିକ୍ଷା ଦାନ କରୁଥିଲେ। ଏହି ଯୋଗ ଶିବୀର କୁ ଗ୍ରାମର କୃଷ୍ଣ ବେହେରା, ଭୁବନ ବେହେରା, ମକର ବେହେରା, ତ୍ରିଲୋଚନ ବେହେରା, ସଦାନନ୍ଦ ବେହେରା, ମନବୋଧ ବେହେରା ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ଏହି ଯୋଗ ଶିକ୍ଷା ଗ୍ରହଣ କରିବା ପାଇଁ ଆଖପାଖ ଅଚଂଳରୁ ସତାଧିକ ଲୋକଙ୍କ ଭିଡ ଜମୁଥିଲା। ପାତଜଂଳୀ ହରିଦ୍ୱାର ପକ୍ଷରୁ ସ୍ୱିକୃତି ପ୍ରାପ୍ତ ଯୋଗ ଶିକ୍ଷକ ଙ୍କୁ ପ୍ରତୈାକ ବ୍ଲକ ରେ ନିଯୁକ୍ତି ଦେଇ ଯୋଗ ଶିକ୍ଷା କୁ ଏକ ସାର୍ବଜନୀନ ଶିକ୍ଷା ଭାବରେ ପ୍ରଚାର ପ୍ରସାର କରାଯାଉଛି। ଯାହାଫଳରେ ଏହି ଯୋଗ ଶିକ୍ଷା ଗ୍ରହଣ କରିବା ଦ୍ୱାରା ଲୋକଙ୍କ ଶାରିରୀକ ମାନସୀକ ସ୍ତରରେ ବିକାଶ ହେଉଥିବାରୁ ଲୋକ ମାନେ ଯୋଗ ଶିବୀର ରେ ଅଧିକ ସଂଖ୍ୟାରେ ଯୋଗଦାନ କରୁଥିବା ଦେଖିବାକୁ ମିଲିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top