ad
ଓଡ଼ିଶା

୫ ଦିନିଆ ଓଡ଼ିଶା ଗସ୍ତରେ ପଂଚଦଶ ଅର୍ଥ କମିସନର ଅଧ୍ୟକ୍ଷ ନନ୍ଦକିଶୋର ସିଂହ

ଭୁବନେଶ୍ୱର୭ା୧ -(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ପଂଚଦଶ ଅର୍ଥ କମିସନର ଅଧ୍ୟକ୍ଷ ନନ୍ଦକିଶୋର ସିଂହ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ସ୍ୱାଗତ ଜଣାଇଥିଲେ। ସିଂହ ୫ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ଏହି ଗସ୍ତକାଳରେ ସେ ଅନେକ ଗୁଡ଼ିଏ କାର୍ୟ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ଦଳର ନେତା ଓ ଚାମ୍ବର ଅଫ କର୍ମସଙ୍କ ସଦସ୍ୟଙ୍କ ସହିତ ଆଲୋଚନା କରିବେ। ଆଲୋଚନା ପରେ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ସମୀକ୍ଷା ହେବ। ଜାନୁଆରି ୯ ଅପରାହ୍ନରେ ଶ୍ରୀ ସିଂହ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଭେଟିବେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top