୫ ଜଣ ଡକାୟତ ଗିରଫ : ବନ୍ଧୁକ, ଜୀବନ୍ତ ଗୁଳି ଜବତ

ବ୍ରହ୍ମପୁର ୧୮-୮ (ଲଡ଼ୁ କିଶୋର ଦାଶ) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ମିଳିଛି ଏକ ବଡ ସଫଳତା। ପୋଲିସ ୫ ଜଣ ଡକାୟତକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ, ୩ଟି ଜୀବନ୍ତ ଗୁଳି , ୧ଟି ହାତ ତିଆରି ବନ୍ଧୁକ, ନଗଦ ୧୨ ହଜାର ଟଙ୍କା, ୨ ଗୋଟି ମୋଟର ସାଇକେଲ ଓ ୫ଟି ମୋବାଇଲ ଜବତ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନା ରେ ବହୁ ମାମଲା ଥିବା ବେଳେ ହାଇଓ୍ଵେରେ ଲୁଟପାଟ ଚାଳାଉଥିବା ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *