ଅପରାଧ

୫ କୋଟି ଟଙ୍କାର ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ: ଡ୍ରାଇଭର ସହ ୪ ସାମ୍ବାଦିକ ଗିରଫ

– ବାଲିମେଳା ପୁଲିସର ସଫଳତା, ଡାକ ପାର୍ସଲ ଗାଡ଼ିରେ ଯାଉଥିବା ବେଳେ ଜବତ
ମାଲକାନଗିରି,୨୦।୪ (ଓଡ଼ିଆ ପୁଅ) ଆନ୍ଧ୍ର ପ୍ରଦେଶ ସିଲେରୁ ଅଂଚଳରୁ ଚିତ୍ରକୋଣ୍ଡା ଘଟି ରାସ୍ତାଦେଇ ପଂଜାବକୁ ଗଞ୍ଜେଈ ଚୋରାଚାଲାଣ ହେଉଥିବା ବେଳେ ଏସ୍ ଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଓର୍କେଲ ଥାନା ଆଇଆଇସି ସୁମିତ୍ର ଜେନା ଓ ପୁଲିସ ସଦଳବଳ ବାଲିମେଳା ଚିତ୍ରକୋଣ୍ଡା ରାସ୍ତାରେ ଜଗିକି ଏକ ଡାକ ପାର୍ସଲ ଗାଡିରୁ ୧୦ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଯାହାର ମୂଲ୍ୟ ୫ କୋଟି ଟଙ୍କା ହେବ ଜବତ କରିଛନ୍ତି।

ଚୋରାଚାଲାଣରେ ପଞ୍ଜାବର ଡ୍ରାଇଭର ପୋଖରାଜ ଗୌରକୁ ଗିରଫ କରାଯାଇଛି। ଗିରଫ ପୋଖରାଜ ବୟାନ ଅନୁସାରେ ଏହି ଘଟଣାରେ ଚତ୍ରକୋଣ୍ଡା ଅଞ୍ଚଳର କିଛି ସାମ୍ବାଦିକ ଓ ଅନ୍ୟ ଚାରି ଜଣଙ୍କର ସମ୍ପୃକ୍ତି ରହିଛି। ଗିରଫ ବ୍ୟକ୍ତି ବୟାନ ଦେଇଛନ୍ତି ଏହି ୪ ଜଣ ଚିତ୍ରକୋଣ୍ଡା ଓ ମାଲକାନଗିରି ଜିଲ୍ଲାରୁ ଗଞ୍ଜେଇ ଗାଡିକୁ ନିରାପଦରେ ଜିଲ୍ଲା ସୀମା ପାର କରି ବାହାରକୁ ପଠାଇବାର ସାହାଯ୍ୟ କରନ୍ତି। ସେମାନେ ସାମ୍ବାଦିକ ଓ ପୋଲିସ ବୋଲି କହି ୬୦ ହଜାର ଟଙ୍କା ନେଇଥିଲେ ବୋଲି କହିବା ଅନୁସାରେ ଚିତ୍ରକୋଣ୍ଡା ଅଞ୍ଚଳରୁ ୪ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ଅଧିକ ଅନୁସନ୍ଧାନ ସହ ତଦନ୍ତ ଜାରି ରହିଛି, ଏହିଘଟଣାରେ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ରହିଛି ଖୁବ ଶୀଘ୍ର ସେମାନଙ୍କୁ ଗିରଫ କାରାଯିବ ବୋଲି ଏସଡିପିଓ ମାନସ ରଞ୍ଜନ ବାରିକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top