ଜିଲ୍ଲା ପରିକ୍ରମା

୫ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅବ୍ୟବହିତ ପୁର୍ବରୁ ଭୁମି ପୂଜନ ମହୋତ୍ସବ

ଖଡିଆଳ/ନୂଆପଡା-୧୦.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଦମାପଲା ଗ୍ରାମଠାରେ ଗତ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସୋମବାର ପୁର୍ଣ୍ଣାହୁତି ହୋଇଯାଇଛି। ୭ ତାରିଖ ଦିନ ୧୦୮ ମହିଲା ସମେତ ସତାଧିକ ମହିଲା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇ ଦମାପଲା ଓ ଚିନ୍ଦାଗୁଡା ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ। ଏହି ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ଶାନ୍ତିକୁଞ ହରିଦ୍ୱାର ପ୍ରଶାନ୍ତ ସେଠ ସମେତ ତାଙ୍କ ଟୋଲି ଯଜ୍ଞକାର୍ଯ୍ୟ ପରିଚାଳନା କରିଥିବା ବେଲେ ଖଡିଆଳ ବ୍ଲକ ଚଳାନପଡା ଗାୟତ୍ରୀ ଶକ୍ତିପୀଠ, ତୁକୁଲା ଗାୟତ୍ରୀ ଶକ୍ତିପୀଠ, ଖଡିଆଳ ଗାୟତ୍ରୀ ଶକ୍ତି ପୀଠ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଯଜ୍ଞକାର୍ଯ୍ୟରେ ସହଯୋଗ କରିଥିଲେ। ଗାୟତ୍ରୀ ମହାଯଜ୍ଞରେ ପୁଶଂବନ ସଂସ୍କାର, ମୁଣ୍ଡନ ସଂସ୍କାର, ବିଦ୍ୟାରମ୍ଭ ସଂସ୍କାର ପ୍ରଭୁତି ଶୋଡଶ ସଂସ୍କାର କାର୍ଯ୍ୟକ୍ରମ ଲରାଯାଇଥିଲା। ଏହି ମହାଯଜ୍ଞରେ ଦମାପଲା ଗାୟତ୍ରୀ ମହିଲା ମଣ୍ଡଳ ର ସଭାନେତ୍ରୀ ବବିତା ବିଶି, ସମ୍ପାଦକ ଶୁଶ୍ରୀ ସଙ୍ଗୀତା ପ୍ରଧାନୀ, କୋଷାଧ୍ୟକ୍ଷ ଭୁମିସୂତା ଦଳପତି ସଭ୍ୟା ବିଜୟଳକ୍ଷ୍ମୀ ବିଶି, ମାଧବୀ ଦଣ୍ଡସେନା, ହେମାଙ୍ଗୀନୀ ଦଳପତି, ଭରତୀ ପ୍ରଧାନୀ ଚନ୍ଦ୍ରମୟୀ ବିଶି, ଶୁଭଶ୍ରୀ ପଣ୍ଡା, ଚୁମକୀ ବାରିକ, ସୈାଭାଗ୍ୟ ବାରିକ, ପ୍ରଜ୍ଞା ବିଶି, ବାମା ଦଣ୍ଡସେନା, ସୂମୁଖୀ ବିଶି, ମାଳତୀ ତାଣ୍ଡି ସମେତ ଅନ୍ୟାନ୍ୟ ସଦସ୍ୟା ସହଯୋଗ କରିଥିଲେ। ଏହି ପାଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ଅଶ୍ୱନୀ ପ୍ରଧାନୀ, ମାଧବୀ ପ୍ରଧାନୀ, ଦେବବ୍ରତ ବିଶି.ବବିତା ବିଶି, ଶୁଶାନ୍ତ ବିଶି, ଜୟଶ୍ରୀ ବିଶି, ରାଜେନ୍ଦ୍ର କୁମାର ବାରିକ.ଗିରିଜା ବାରିକ, କୁମୁଦ ଦଣ୍ଡସେନା, ଗିରିରୂପା ଦଣ୍ଡସେନା, ଶିରୀ ଶଙ୍କର ବାରିକ, ନିରୁପମା ବାରିକ, ନନ୍ଦକିଶୋ, ଧର୍ମୀଣୀ ଘନକେଶୀ ପ୍ରଧାନୀ, ଶ୍ରୀବତ୍ସ ବାରିକ, କୁନୀ ବାରିକ ପିତାମ୍ବର ରଣା, ପୁରାବତୀ ସମେତ ସତାଧିକ ଗ୍ରାମବାସୀ ସହେଯାଗ କରିଥିଲେ। ଏହି ଏହି କାର୍ଯ୍ୟକ୍ରମରେ ଜିଲା ସପ୍ତକ୍ରାନ୍ତୀ ଆନ୍ଦୋଳନ ପରିବ୍ରାଜକ ଦୟାନିଧି ବାରିକ, ନୁଆପଡା ଜିଲା ଉପଜୋନ ସହ ସଂଯୋଜକ କେତନ ସିଂ ବାରିକ, ଜିଲା ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା, ଚଲାନପଡା ଗାୟତ୍ରୀ ପୀଠ ଟ୍ରଷ୍ଟି ଭଗବାନ ପଣ୍ଡା, ତ୍ରୀଲୋଚନ ବିଶି, ପୁର୍ଣ୍ଣଚନ୍ଦ୍ର ସୂନାନୀ, ଡମ୍ବୁଲାଲ ରାଣା, ନିତ୍ୟାନନ୍ଦ ଭୋଇ ଚିତ୍ରୁ ରଣା, ମହିଲା ସଦସ୍ୟା କୁମାଞଳୀ ବାରିକ, ଗୀତାଞଳୀ ବାରିକ, ମମତା ମଞରୀ ଥପା, କୁସୁମ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top