୫୦ ଫୁଟ କୂଅକୁ ଡେଇଁ ଯୁବକର ଆତ୍ମହତ୍ୟା ଉଦ୍ୟମ

ଯୋଡା, ତା ୨୮.୦୩ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାଞ୍ଚଳ ଅନ୍ତର୍ଗତ ୧୨ନଂ ୱାର୍ଡର କମାରଯୋଡା ତାରିଣୀ ସାହି ନିକଟସ୍ଥ ବିଦେଶି ଗୋପ (୩୩) ନାମକ ଜଣେ ଯୁବକ ୫୦ ଫୁଟ ଗଭିର କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। ମଙ୍ଗଳବାର ରାତିିରେ ଘରୋଇ କଳିକୁ କେନ୍ଦ୍ର କରି ବୁଧୁବାର ପ୍ରାତଃ ୪ ଘଟିକା ସମୟରେ କୂଅକୁ ଡେଇଁ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଯୁବକଟିକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *