ଓଡ଼ିଶା

୫୦୦ ଟଙ୍କା ଲାଞ୍ଚ ଦେଇ ପାରିଲେନି ବୋଲି ଡାକ୍ତରଖାନା ରେଜିଷ୍ଟରରୁ ନାଁ କାଟିଦେଲେ ନର୍ସ – ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପ୍ରସୂତୀ ଓ ଆଶାକର୍ମୀ

ଚମ୍ପୁଆ ୬ ମଇ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଚମ୍ପୁଆ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାତ୍ର ୫୦୦ ଟଙ୍କା ଲାଞ୍ଚ ଦେଇ ନ ପାରିବାରୁ ଡାକ୍ତରଖାନାର ରେଜିଷ୍ଟରରୁ ନାମ କାଟିଦେଲେ ନର୍ସ। ପାଞ୍ଚ ପୋଖରିଆ ଗାଁର ରୀନା ମୁଣ୍ଡାଙ୍କ ଘରେ ପ୍ରସବ ହେବାରୁ ଖବର ପାଇ ଉକ୍ତ ଗାଁ ର ଆଶାକର୍ମୀ ହେମଲତା ମହାନ୍ତ ତାକୁ ଆଣି ଚମ୍ପୁଆ ଡାକ୍ତରଖାନାରେ ପହଞ୍ଚାଇ ଥିଲେ। ଏଠାରେ କାର୍ଯ୍ୟରତ ନର୍ସ ରୀତା ରାଣୀ ଦାସ ତାଙ୍କୁ ଡାକ୍ତରଖାନା ରେଜିଷ୍ଟରରେ ନାମ ଏଣ୍ଟ୍ରି ପାଇଁ ୫୦୦ ଟଙ୍କା ମାଗିଥିଲେ। ମାତ୍ର ଗରିବ ପରିବାରର ହେତୁ ମାତ୍ର ୪୦୦ ଟଙ୍କା ଦେବାରୁ ରାଗରେ ନର୍ସ ତାଙ୍କ ନାମ ରେଜିଷ୍ଟରରୁ ଲିଭାଇ ଦେଇଥିଲେ। ଫଳରେ ପ୍ରସୂତୀକାଳୀନ ସହାୟତାରୁ ବଞ୍ଚିତ ହେବା ଆଶଙ୍କାରେ ରୀନା ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ଉପଜିଲ୍ଲାପାଳ ଡାକ୍ତରଖାନା ପହଞ୍ଚି ରେଜିଷ୍ଟର ଯାଞ୍ଚ କରି ସତ୍ୟତା ଉପଲବ୍ଧି କରି ନର୍ସଙ୍କୁ ତାଗିଦ୍ କରିବା ସହ ତାଙ୍କର ଏକ ମାସର ଦରମା ବନ୍ଦ କରିଛନ୍ତି। ଚମ୍ପୁଆ ଡାକ୍ତରଖାନାରେ ବାରମ୍ବାର ତାଗିଦ୍ ସତ୍ଵେ ପ୍ରସବ କାଳୀନ ରୋଗୀମାନଙ୍କଠାରୁ ଅର୍ଥ ଦାବି କରିବା ସହିତ ରୋଗୀ ଶୋଷଣ କମୁ ନଥିବାରୁ ଦିନକୁ ଦିନ ଏହି ଡାକ୍ତରଖାନା ଉପରୁ ରୋଗୀଙ୍କ ଭରସା ତୁଟିବାରେ ଲାଗିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top