ad
ଓଡ଼ିଶା

୫୦ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି: ଆନନ୍ଦପୁର, ଚମ୍ପୁଆ, ଛତ୍ରପୁର ଓ ଗୁଣପୁରରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ

ନୂଆ ଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସାରା ଦେଶରେ ବେସାମରିକ/ସାମରିକ କ୍ଷେତ୍ରରେ ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି।

ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ବେସାମରିକ/ସାମରିକ କ୍ଷେତ୍ରରେ ଖୋଲାଯିବ ଏବଂ ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ପରେ ପାଖାପାଖି ୫୦ ହଜାର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ମିଳିପାରିବ।

ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ୫୦ଟି ପ୍ରସ୍ତାବକୁ ‘ଆହ୍ୱାନ ପଦ୍ଧତି’ କମିଟି ସୁପାରିସ କରିଛି।

ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ୪ଟି ଖୋଲାଯିବା ଲାଗି ଲକ୍ଷ୍ୟ ରଖାଯାଇଛି।

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏବଂ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରାୟଗଡ଼ାର ଗୁଣପୁର ଠାରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

ଏହାବ୍ୟତୀତ, ଆସାମରେ, ବିହାର, ଛତିଶଗଡ଼, ହରିଆଣା, ମଧ୍ୟପ୍ରଦେଶରେ, ତାମିଲନାଡୁ, ତ୍ରିପୁରା, ଉତର ପ୍ରଦେଶ, ଉତରାଖଣ୍ଡ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଅରୁଣାଚଳ ପ୍ରଦେଶ ଏବଂ ହିମାଚଳପ୍ରଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top