୫ଶହ ରୋଗୀଙ୍କୁ ମାଗଣା ଚିକିତ୍ସା

ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ): ୫ଶହ ରୋଗୀ ମାଗଣାରେ ଚିକତ୍ସା କରିବା ସହିତ ଔଷଧ ବିତରଣ କରାଯାଇଛି। ଏଥି ସହିତ ବିଏମ୍ଡି ପରୀକ୍ଷା ମଧ୍ୟ ମାଗଣାରେ କରାଯାଇ ଥିବା କହିଛନ୍ତି ଆୟୋଜକ ସମାଜସେବୀ ତଥା ବରିଷ୍ଠ ଅସ୍ଥଶଲ୍ୟ ଚିକିତ୍ସକ ଡା ଶରତ ଚନ୍ଦ୍ର ମିଶ୍ର। ଭରତପୁର ବୀଣାଭାରତୀ ବିଦ୍ୟାମନ୍ଦିର ପରିସରରେ ଏକ ବିରାଟ ମରାଗଣା ସ୍ୱାସ୍ୟସେବାର ଆୟୋଜନ କରାଯାଇଥିଲା। ଏଥିରେ ଡା ପି କେ ମିଶ୍ର, ଡା. ଅନାଦି ମିଶ୍ର, ଡା, ଗୋପବନ୍ଧୁ ରଥ ଓ ଡାକ୍ତର ବିଶ୍ୱକଲ୍ୟାଣୀ ଦାସ ପ୍ରମୁଖ ଯୋଗ ଦେଇ ରୋଗୀ ସେବାରେ ନିଜକୁ ନିୟୋଜିତ କରିଥିଲେ। ସମସ୍ତଙ୍କୁ ମାଗଣାରେ ଔଷଧ ଦିଆଯାଇଥିଲା। ଡା ମିଶ୍ର ପ୍ରତିମାସରେ ବସ୍ତି ଅଞ୍ଚର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏଭଳି ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରିଥାନ୍ତି। ଯାହାକୁ ସ୍ଥାନୀୟ ବାସିନ୍ତା ପ୍ରଶଂସା କରିଛନ୍ତି। ଏହି ସ୍ୱାସ୍ଥ୍ୟମେଳାକୁ ମେୟର ଅନନ୍ତ ନାରାୟଣ ଜେନା ବୁଲି ଦେଖିଥିଲେ।

Leave a Reply

Your email address will not be published. Required fields are marked *