ad
ଜିଲ୍ଲା ପରିକ୍ରମା

୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବ : ଆଲୋଚ୍ୟ ବିଷୟ – ନାରୀ ଶକ୍ତି ଓ ନାରୀ ଅଧିକାର

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆବଜାର ଗାନ୍ଧି ପଡିଆ ଠାରେ ଚାଲିଥିବା ସଞ୍ଜିବ ଜୁଏଲ୍ସ ପ୍ରାୟୋଜିତ ୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବର ନବମ ସନ୍ଧ୍ୟାର ଉତ୍ସବ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସାମ୍ବାଦିକ ଦୁର୍ଗାଶଙ୍କର ବିଶ୍ୱାଳଙ୍କ ଅତିଥି ପରିଚୟ ଏବଂ ସମ୍ପାଦକ ଶ୍ରୀକାନ୍ତ ତ୍ରିପାଠୀଙ୍କ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁରଲୀଧର ପଣ୍ଡା ମଞ୍ଚ ନାମରେ ନାମିତ ମଞ୍ଚରେ ଆଲୋଚ୍ୟ ବିଷୟ ‘ନାରୀ ଶକ୍ତି ଓ ନାରୀ ଅଧିକାର’ ଶୀର୍ଷକ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାରୀନେତ୍ରୀ ସୁଲତା ଦେଓ ଯୋଗ ଦେଇ ସାନ୍ଧ୍ୟ ଉତ୍ସବକୁ ଉଦ୍ଘାଟନ କରି ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସମାଜରେ ନାରୀ ଆଉ ଦୁର୍ବଳା ଅବଳା ନୁହନ୍ତି। ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାରିଛନ୍ତି। ମାତ୍ର ମହିଳାଙ୍କୁ ଯେତିକି ସମ୍ମାନ ମିଳିବା କଥା ସେତିକି ସମ୍ମାନ ମିଳୁ ନାହିଁ। ସେଥିଲାଗି ପୁରୁଷ ସମାଜ ମଧ୍ୟ ସଚେତନ ହେବା ଉଚିତ ବୋଲି ମତ ରଖିଥିଲେ। ଅନ୍ୟତମ ଅତିଥି ଭାବେ କବି ବନ୍ଦନା ହରଚନ୍ଦନ, ସମାଜସେବିକା ସୀମା ଦାସ, ଜ୍ୟୋତ୍ସ୍ନାମୟୀ ପାତ୍ର, ରାଜଲକ୍ଷ୍ମୀ ମହାପାତ୍ର, ମୁଖ୍ୟବକ୍ତା ଭାବେ କଳ୍ପନା ଜେନା, ସମ୍ମାନିତ ଅତିଥି ଏଲିନା ସ୍ୱାଇଁ, ଅସୀମା ରାଉତରାୟ ଯୋଗ ଦେଇ ନାରୀ ପୁରୁଷ ମଧ୍ୟରେ ବିଭେଦ ଓ ସେମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ସାମ୍ବାଦିକ ସତ୍ୟ ସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚକୁ ରଶ୍ମିତା ଦାଶ, ପ୍ରଗତିକା ଦାଶ, ଗଣେଶ ତ୍ରିପାଠୀ, ଚର୍ଚ୍ଚିକା ମହାପାତ୍ର, କରୁଣାକର ବେହୁରିଆ, ଅଶୋକ ମହନି, ରାକେଶ ଦାସ, ରୁଦ୍ରମାଧବ ବାରିକ ପ୍ରମୁଖ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top