ad
ଜିଲ୍ଲା ପରିକ୍ରମା

୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବ : ଆଲୋଚ୍ୟ ବିଷୟ – ଆମ ଧର୍ମ ଆମ ସଂସ୍କୃତି

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆବଜାର ଗାନ୍ଧି ପଡିଆ ଠାରେ ଚାଲିଥିବା ସଞ୍ଜିବ ଜୁଏଲ୍ସ ପ୍ରାୟୋଜିତ ୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବର ଅଷ୍ଟମ ସନ୍ଧ୍ୟାର ଉତ୍ସବ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସାମ୍ବାଦିକ ଦୁର୍ଗାଶଙ୍କର ବିଶ୍ୱାଳଙ୍କ ଅତିଥି ପରିଚୟ ଏବଂ ସମ୍ପାଦକ ଶ୍ରୀକାନ୍ତ ତ୍ରିପାଠୀଙ୍କ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ମହମ୍ମଦ ହନିଫ ମଞ୍ଚ ନାମରେ ନାମିତ ମଞ୍ଚରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକ ଯୋଗ ଦେଇ ସାନ୍ଧ୍ୟ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବକ୍ତବ୍ୟ ରଖି ଶ୍ରୀ ଦାସ ନାୟକ କହିଥିଲେ ଯେ ଆମେ ଆଧୁନିକତାର ଯେତେ ଶୀର୍ଷକୁ ଗଲେ ମଧ୍ୟ ଆମ ସଂସ୍କୃତି ଓ ଆମ ପରମ୍ପରାକୁ ଆଦୌ ଭୁଲିଯିବା ଉଚିତ ନୁହେଁ। ମହୋତ୍ସବ ମାଧ୍ୟମରେ ଲୋକ ସଂସ୍କୃତି ଓ ଲୋକ ପରମ୍ପରାକୁ ବଜାୟ ରଖିବା ଏକ ବହୁତ ବଡ ପଦକ୍ଷେପ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ସଞ୍ଜିବ ଜୁଏଲ୍ସର ପ୍ରୋପାଇଟର ତଥା ଯୁବନେତା ସଞ୍ଜିବ ମଲ୍ଳିକ ଯୋଗ ଦେଇ ସଂସ୍କୃତି ସମ୍ପନ୍ନ ଭଦ୍ରକ ମାଟି ସବୁବେଳେ ଯୁଗଜନ୍ମାମାନଙ୍କୁ ଜନ୍ମ ଦେଇ ଆସିଛି। ଏହି ମାଟିରେ ଜନ୍ମିତ କଳା ସମ୍ପନ୍ନ ବ୍ୟକ୍ତି ବିଭିନ୍ନ ବିଭାଗକୁ ଦେଇଥିବା ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ ଯୋଗ ଦେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ହୃଷିକେଶ ରଥ, ସ୍ତମ୍ଭକାର ଡ. ନରହରି ବେହେରା, କେନ୍ଦ୍ରପଡା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ସାମ୍ବାଦିକ ସତ୍ୟ ସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚକୁ ରଶ୍ମିତା ଦାଶ, ପ୍ରଗତିକା ଦାଶ, ଗଣେଶ ତ୍ରିପାଠୀ, ଚର୍ଚ୍ଚିକା ମହାପାତ୍ର, କରୁଣାକର ବେହୁରିଆ, ଅଶୋକ ମହନି, ରାକେଶ ଦାସ, ରୁଦ୍ରମାଧବ ବାରିକ ପ୍ରମୁଖ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top