୫ଦଫା ଦାବି ପୂରଣ ନେଇ ଭଦ୍ରକ ସ୍ୱାଭିମାନ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୁରୁଣାବଜାର ଅଂଚଳରେ ବିଭିନ୍ନ ସମସ୍ୟା ନେଇ ୫ଦଫା ଦାବିପୂରଣ ପାଇଁ ଆଜି ଭଦ୍ରକ ସ୍ୱାଭିମାନ ମଂଚ ପକ୍ଷରୁ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ୱାଭିମାନ ମଂଚ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ପୁରୁଣାବଜାରର ସ୍ୱାସ୍ଥ୍ୟ, ରାସ୍ତା, ବିଦ୍ୟୁତ୍, ଶିକ୍ଷା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ବହୁ ସମସ୍ୟା ମଧ୍ୟରେ ଜନସାଧାରଣ ଗତିକରୁଥିଲେ ମଧ୍ୟ ରାଜନେତାଙ୍କ ଠାରୁ ପ୍ରଶାସକଙ୍କ ପର୍ଯ୍ୟନ୍ତ କେହି ଗୁରୁତ୍ୱ ଦେଉନାହାନ୍ତି। ଯେଉଁଥିପାଇଁ ଆଗାମୀ ଦିନରେ ମଂଚ ପକ୍ଷରୁ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନି ଦେଇଛନ୍ତି। ସ୍ୱାଭିମାନ ମଂଚର ଆବାହକ ଆଡ଼ଭୋକେଟ୍ ତାହେର ମହମ୍ମଦଙ୍କ ନେତୃତ୍ୱରେ ବାର ଆସୋସିଏସନ୍ ସଂପାଦକ ବିଜନ୍ ଜେନା, ବରିଷ୍ଠ ସଭ୍ୟ ହବିବୁର ରହେମାନ୍, ଫାରୁକ୍ ଖାଁ, ସେକ୍ ଅକ୍ତର ଅଲ୍ଲୀ, ଏନାମୁଲ୍ ହକ ଖାଁ, ସେକ୍ ହିରୋ, ଜଲାଲ ସେକ୍, ଆକବର୍ ଇମ୍ତିଆଜ, ହାସନ ଖାଁ, ସେକ୍ ଗୋରା, ମୁନା ଆଜାଦ୍, ନିପୋ କାଲୋ, ସେକ୍ ହାକିମୁଦିନ୍, ସେକ୍ ରଫିକ୍, ଜଇର୍ ଉଦିନ୍ ଖାଁ, ସଦାମ୍, ଅମତ୍ ପ୍ରମୁଖ ଶତାଧିକ ଜିଲ୍ଳାପାଳଙ୍କୁ ସମସ୍ତ ବିଷୟ ସୁଚାଇବା ସହ ଦାବିପତ୍ର ପ୍ରଦାନ କରିଥିଲେ। ବିଶେଷ କରି ପ୍ରଥମ ଦଫାରେ କଚେରୀରୁ ହଳଦୀଡ଼ିହ ବାଇପାସ୍ ଓ କୁଆଁସରୁ ହଳଦୀଡ଼ିହ ବାଇପାସ୍ ଭାୟା ଚନ୍ଦନବଜାର ପୁରୁଣାବଜାରର ରାସ୍ତା ଓ ଡ଼୍ରେନ୍ ମରାମତି। ଦ୍ୱିତୀୟ ଦଫାରେ ନାରାୟଣ ଚନ୍ଦ୍ର ହାଇସ୍କୁଲ ସମେତ ଅନ୍ୟ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବି ପୂରଣ ତଥା ମଧ୍ୟାହ୍ନ ଭୋଜନ ଦିଆଯାଉନଥିବା ବିଦ୍ୟାଳୟରେ ଭୋଜନ ଦିଆଯିବା, ବିଦ୍ୟାଳୟ ଗୁଡ଼ିକରେ ବହୁ ଅବ୍ୟବସ୍ଥାକୁ ସୁବ୍ୟବସ୍ଥା କରାଯିବା। ତୃତୀୟ ଦଫାରେ ବିଦ୍ୟୁତ୍ ବ୍ୟବସ୍ଥାରେ ସୁଧାର, ରାସ୍ତାରେ ହାଇମେକ୍ସ ଲାଇଟ୍ ଦିଆଯିବା ଏବଂ ଜଳୁନଥିବା ଲାଇଟ୍ର ମରାମତି କରାଯିବା ନେଇ ଦାବି କରାଯାଇଛି। ସେହିପରି ପୁରୁଣାବଜାର ଡ଼ାକ୍ତରଖାନାରେ ରୋଗୀମୃତ୍ୟୁ ନେଇ ଗୁରୁତର ସହ ବିଚାର କରି ଡ଼ାକ୍ତର ଓ ନର୍ସ କର୍ମଚାରୀ ଯୋଗାଇ ଦିଆଯିବାକୁ ସ୍ମାରକ ପତ୍ରରେ ଦର୍ଶାଯାଇଛି। ଆଜି ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ, ଥାନାଧିକାରୀ, ଜିଲ୍ଲାଶିକ୍ଷାଧିକାରୀ, ଗ୍ରାମ୍ୟଉନ୍ନୟନ ବିଭାଗ, ବିଦ୍ୟୁତ୍, ରାସ୍ତା ଇତ୍ୟାଦି ବିଭାଗୀୟ ଅଧିକାରୀଙ୍କୁ ମଂଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *