ଓଡ଼ିଶା

୫ କୁଇଂଟାଲ ଗଞ୍ଜେଇ ଜବତ, ୪ ଗିରଫ

କୋରାପୁଟ ; ତା୨୭-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲା ନନ୍ଦପୁର ପୋଲିସ ଓ ଡିଭିଏଫ ଯବାନ ଏକ ବାଲି ବୋଝେଇ ଟିପ୍ପରରୁ ୫୫୩ କିଲୋ ୭୦୦ ଗ୍ରାମ୍ ଗଂଜେଇ ଜବତ କରିବା ସହ ୪ଜଣକୁ ଗିରଫ କରିଥିବା ଜଣା ପଡିଛି। ଗଂଜେଇ ଚୋରା ଚାଲାଣରେ ଗିରଫ ଅଭିଯୁକ୍ତମାନେ ହେଲେ ବୋରିଗୁମା ଥାନା ବଙ୍ଗଲାଗୁଡା ଗ୍ରାମର କିଶୋର କନ୍ଦପାନ, ଗଂଜାମ ସେରଗଡର ରାଜ କିଶୋର ପ୍ରଧାନ ଏବଂ ସେମିଲିଗୁଡା ଥାନା କାଂଟି ଗ୍ରାମର ଡମ୍ବରୁ ଶିଶା ଓ ପ୍ରହଲ୍ଲାଦ ଶିଶା। ନନ୍ଦପୁର ପୋଲିସ ଓ ଡିଭିଏଫ୍ ଯବାନ କାଲି ରାତିରେ ପାଡୁଆ ଥାନା ଅମ୍ଡ୍ରଗୁଡା- କୁନ୍ଦୁଲି ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ କଲାଡି ଘାଟିରେ ଏକ ବାଲି ବୋଝେଇ ଟିପ୍ପରକୁ ଅଟକାଇ ଯାଂଚ କରିବାବେଳେ ବାଲି ଭିତରେ ଗଂଜେଇ ବସ୍ତା ଥିବା ଜଣା ପଡିଥିଲା। ପୋଲିସ ଟିପ୍ପରକୁ ଜବତ କରି ୪ଜଣକୁ ଥାନାକୁ ଆଣି ପଚରା ଉଚୁରା କରି ଗଂଜେଇ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ଗିରଫ ରାଜ କିଶୋର ଓ କିଶୋର କନ୍ଦପାନ ଗଂଜେଇ ବେପାରୀ ହୋଇଥିବାବେଳେ ପ୍ରହଲ୍ଲାଦ ଏବଂ ଡମ୍ବରୁ ଦୁଇଜମ ଟିପ୍ପର ଡ୍ରାଇଭର ବୋଲି ଜଣା ପଡିଛି। ନନ୍ଦପୁର ଥାନାରେ ଏକ ମାମଲା(କେଶ୍ ନଂ-୫୯/୨୦୧୮)ରୁଜୁ କରା ଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ଚନ୍ଦ୍ର ଶେଖର ଶବର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top