ଓଡ଼ିଶା

୪ ହଜାର ଶ୍ରମିକଙ୍କ ଜୀବିକା ସଙ୍କଟରେ – ବେପରୁଆ ସରକାର ପୈଠ କରୁନାହାନ୍ତି ନିଜ ଖଣିର ଜୋରିମାନା

ଯୋଡା- ତା ୯/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଓଡିଶା ମିନେରାଲ ଡେଭେଲପ୍ମେଣ୍ଟ କମ୍ପାନୀ (ଓଏମ୍ଡିସି) ଏବଂ ଭାରତ ପ୍ରୋସେସ ଏଣ୍ଡ ମେକାନିକାଲ ଇଞ୍ଜିନିୟର୍ସ (ବି.ପି.ଏମ୍.ଇ)ର ଯୋଡା ଖଖି କ୍ଷେତ୍ର ଅନ୍ତର୍ଗତ ୬ ଗୋଟି ଖଣିରେ ୨୦୦୯ ମସିହାରୁ କାର୍ଯ୍ୟବନ୍ଦ ଯୋଗୁଁ ପ୍ରାୟ ୪ ହଜାର ଶ୍ରମିକଙ୍କ ଜୀବିକା ସଙ୍କଟରେ ରହିଛି । ଏହି ଖଣି ଗୁଡିକରେ ଶାହା କମିଶନଙ୍କ ତଦନ୍ତ ସମୟରେ ଏମ୍.ଏମ୍.ଡିଆର. ଆକ୍ଟର ରୁଲ ୩୭ର ଖୋଲା ଖୋଲି ଉଲ୍ଲଂଘନ ସହିତ ଅନେକ ବେନିୟମ କାର୍ଯ୍ୟ ହୋଇଥିବା ଉଲ୍ଲେଖ କରାଯାଇଥିଲା । ଫଳରେ ଏହି ଖଣି ଗୁଡିକୁ ୩ହଜାର ୫ଶହ କୋଟି ଟଙ୍କାର ଜୋରିମାନା କରାଯାଇଥିବା ବେଳେ ଏହାକୁ ରାଜ୍ୟ ସରକାର ୭ ଶହ କୋଟିରେ ସୀମିତ ରଖିଥିଲେ । ତଥାପି ଏହି ଜୋରିମାନା ଅର୍ଥ ଅଦ୍ୟାବଧି ପୈଠ କରାଯାଇନଥିବା ଯୋଗୁଁ ଖଣି ଗୁଡିକ ପୁନର୍ବାର କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି । ଫଳରେ ୪ ହଜାର ଶ୍ରମିକଙ୍କର ଜୀବିକା ଏବେ ସଙ୍କଟରେ ରହିଛି । ଅପରପକ୍ଷରେ ଯୋଡା ଖଣି କ୍ଷେତ୍ରରେ ଅବସ୍ଥିତ ୬ଟି ଖଣି ସରକାରଙ୍କ ମାଲିକାନା ଥିବା ଯୋଗୁଁ ସେମାନଙ୍କର ପାରିପାଶ୍ୱର୍ିକ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ନାହିଁ କହିଲେ ଚଳେ । ଏକ ବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଉଦେ୍ଦଶ୍ୟରେ ଆରମ୍ଭ ହୋଇଥିବା ଏହି କମ୍ପାନୀ କେବଳ ଲୁହା ପଥର ଉତ୍ତୋଳନ ଏବଂ ବିକ୍ରି କରି କୋଟି କୋଟି ଟଙ୍କା ମୁନାଫା କରିଆସିଛନ୍ତି । ଷ୍ଟିଲ ପ୍ଲାଣ୍ଟଟିଏ ନିର୍ମାଣ କରିବାର କୌଣସି ଯୋଜନା ମଧ୍ୟ ନଥିବା ବେଳେ ଦୀର୍ଘ ୯ ବର୍ଷ ଧରି ଏହି କମ୍ପାନୀ ବନ୍ଦ ରହିଥିଲେ ମଧ୍ୟ ୧୬୫ ଜଣ ସ୍ଥାୟୀ କର୍ମଚାରୀ ଅଦ୍ୟାବଧି କୌଣସି କାର୍ଯ୍ୟ ନକରି ପୁରା ଦରମା ପାଇ ବସିରହିଛନ୍ତି । କିନ୍ତୁ ୪ହଜାର ଶ୍ରମିକ, ଯେଉଁମାନେ କି ଦିନ ମଜୁରିଆ ଭାବେ ନିଜର ଗୁଜୁରାଣ ମେଣ୍ଟାଉଥିଲେ, ସେମାନେ କାମଧନ୍ଦା ନପାଇଁ ଏବେ ଭୋକଉପାସରେ ଦିନ କାଟିବାକୁ ବାଧ୍ୟ ହୋଇଛନ୍ତି । ସରକାର ଅନ୍ୟାନ୍ୟ ଖଣି ମାଲିକ ମାନଙ୍କୁ ସୁଧ ସହ ଜୋରିମାନା ପ÷÷ଠ କରିବାକୁ ତାଗିଦ କରୁଥିବା ବେଳେ ଏହି କମ୍ପାନୀ ପ୍ରତି ଅହେତୁକ କୋହଳ ମନଭାବ ଯୋଗୁଁ ଅଦ୍ୟାବଧି କମ୍ପାନୀର ଜୋରିମାନ ଅର୍ଥ ପୈଠ କରାଯାଇନାହିଁ କିମ୍ବା ପୈଠକରିବାର କୌଣସି ଉଦେ୍ଦଶ୍ୟ ଥିବା ଜଣାପଡୁନାହିଁ । ବରଂ ସରକାର ଏହି କମ୍ପାନୀର ୦୮.୦୧.୨୦୧୫ରେ ଚତୁର୍ଥ ନବୀକରଣ ଆବେଦନକୁ ଖାରଜ କରିଛନ୍ତି ।

 


ଏଠାରେ ସୂଚନା ଯୋଗ୍ୟ ଯେ, ବିଶ୍ରା ଲାଇମ ଷ୍ଟୋନ (ବିରମିତ୍ରପୁର), କର୍ଣ୍ଣପୁରା ଡେଭେଲପ୍ମେଣ୍ଟ କମ୍ପାନୀ (ରାମପୁର, ଛତିଶଗଡ), ସ୍କଟ ଏଣ୍ଡ ସାକ୍ବି କମ୍ପାନୀ (କଲିକତା), ଇଷ୍ଟର୍ଣ୍ଣ ଇନ୍ଭେଷ୍ଟ ଲିଃ (ଅର୍ଥ ଯୋଗାଣ ସଂସ୍ଥା), ବୋରାକୋର କୋଇଲା କମ୍ପାନୀ ଓ ଓଡିଶା ମିନେରାଲ ଡେଭେଲପ୍ମେଣ୍ଟ କମ୍ପାନୀକୁ ନେଇ ଗଠିତ ବାର୍ଡ ଏଣ୍ଡ କମ୍ପାନୀ । ୧୯୧୮ରୁ ବାର୍ଡ ଏଣ୍ଡ କମ୍ପାନୀ ଅଧିନସ୍ଥ ୪୩୬୫.୨୬୨ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ୬ଟି ଖଣି ଲିଜ୍ କମ୍ପାନୀ ଦ୍ୱାରା କାର୍ଯ୍ୟକାରୀ ହେଉଥିଲା । ତେବେ ୨୫ ଅକ୍ଟୋବର ୧୯୮୦ରେ ଭାରତର ତତ୍କାଳୀନ ରାଷ୍ଟ୍ରପତୀଙ୍କ ଏକ ଅଧ୍ୟାଦେଶ ବଳରେ ବେଲକୁଣ୍ଡି ଲୌହ ଓ ମାଙ୍ଗାନିଜ ଖଣି, ବାଗିଆବୁରୁ ଲୌହ ଖଣି ଓ ଭଦ୍ରାସାହି ଲୌହ ଓ ମାଙ୍ଗାନିଜ ଖଣି ଓଏମ୍ଡିସି ଅଧିନକୁ ଆସିଥିଲା । ସେହିଭଳି ଭାରି ଉଦ୍ୟୋଗ ମନ୍ତ୍ରଣାୟ ଅଧିନସ୍ଥ ଭାରତ ପ୍ରୋସେସ ଏଣ୍ଡ ମେକାନିକାଲ ଇଞ୍ଜିନିୟର୍ସ (ବିପିଏମ୍ ଇ) ଅଧିନରେ ଥିବା ଠାକୁରାଣୀ ଲୌହ ଓ ମାଙ୍ଗାନିଜ ଖଣି, ଦଲକି ମାଙ୍ଗାନିଜ ଖଣି ଏବଂ କୋହ୍ଲ ରୋଇଡାସ୍ଥିତ ଭଦ୍ରାସାହି ଲୌହ ଓ ମାଙ୍ଗାନିଜ ଖଣି ମଧ୍ୟ ଓଏମ୍ଡିସି ଅଧିନକୁ ଆସିଥିଲା । ସମ୍ପୃକ୍ତ ୬ଟି ଖଣିରେ ୩୬୫ କୁଶଳୀ, ୧୩୪୯ ଅର୍ଦ୍ଧକୁଶଳୀ, ୮୨ ଅଣକୁଶଳୀ ଏହିପରି ସମୁଦାୟ ୧୭୬୯ ବିଭାଗୀୟ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ପ୍ରାୟ ୧୫ଶହରୁ ଉର୍ଦ୍ଧ୍ୱ ଠିକା ଶ୍ରମିକ ମଧ୍ୟ ନିୟୋଜିତ ରହି ନିଜର ପେଟପାଟଣା ଚଳାଇଆସୁଥିଲେ । ଅନ୍ୟପକ୍ଷରେ ଏହି ଖଣି ଗୁଡିକରେ ସୁପରିଚାଳନା ନିମନ୍ତେ କନିଷ୍ଟ ପରିଚାଳକ ଠାରୁ ଆରମ୍ଭ କରି ମହାପ୍ରବନ୍ଧକ ପର୍ଯ୍ୟନ୍ତ ପ୍ରାୟ ୭୫ ଜଣ ଅଧିକାରୀ ସ୍ଥାୟୀ ଭାବେ କାର୍ଯ୍ୟରତ ରହିଥିଲେ । ତେବେ ୧୯୯୪ ରେ ବାର୍ଡ ଗ୍ରୁପ ଏଫ କମ୍ପାନୀର ବୋର୍ଡ ଏଫ୍ ଡାଇରେକ୍ଟର୍ସ ବିପିଏମ୍ଇ ଅଧିନରେ ଥିବା ଖଣି ୩ଟିରେ ଆଂଶିକ ଖନନ, ଉତ୍ତୋଳନ ଓ ପରିବହନ ଏପରିକି ବ୍ୟବସାୟ ନିମନ୍ତେ ଇଷ୍ଟନ ଇଣ୍ଡିଆ ମିନେରାଲ ଓ ମାଳବିକା ଷ୍ଟିଲ ସହ ବେଆଇନ ଭାବେ ବ୍ୟବସାୟୀକ ଚୁକ୍ତି କରିଥିବା କାରଣରୁ ଏକ ବୈଧାନିକ ସଙ୍କଟ ସୃଷ୍ଟି ହୋଇଥିଲା । ରାଜ୍ୟ ସରକାରଙ୍କ ବିନାଅନୁମୋଦନରେ କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରଣାୟର ପ୍ରଶାସନୀକ ନିୟନ୍ତ୍ରଣାଧିନ ବାର୍ଡ ଏଣ୍ଡ କମ୍ପାନୀର ଏଭଳି ବ୍ୟବସାୟୀକ ଚୁକ୍ତି ୧୯୬୦ ମାଇନିଙ୍ଗ କନସେସନ ରୁଲ -୩୭ର ଉଲ୍ଲଂଘନ କରୁଥିବା ରାଜ୍ୟସରକାର ହୃଦୟଙ୍ଗମ କରିଥିଲୋ ଏହି କାରଣରୁ ରାଜ୍ୟ ସରକାର ତାଙ୍କର ପତ୍ର ସଂଖ୍ୟା ୧୧୧ (ଏ), ଇସଏମ୍-୧୪/୦୩୧୬୭୩୩, ୧୬ ନଭେମ୍ବର ୨୦୦୬ରେ ଭଦ୍ରାସାହୀ ଲୌହ ଓ ମାଙ୍ଗାନିଜ ଖଣି ଏବଂ ଦଲକି ମାଙ୍ଗାନିଜ ଖଣି ଦୈୟର ନବୀକରଣ ପ୍ରସ୍ଥାବକୁ ଖାରଜ କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ଓଏମ୍ଡିସି ପକ୍ଷରୁ ସେଣ୍ଟ୍ରାଲ ଟୁ୍ୟବିନାଲରେ ଏକ ଅପିଲ୍ ମଧ୍ୟ କରାଯାଇଥିଲା । ୨ ଫେବୃଆରୀ ୨୦୦୯ରେ ଟୁ୍ୟବିନାଲ ତାଙ୍କର ନିଦେ୍ର୍ଦଶନାମା ୧୭/୨୦୯ରେ ଖାରଜ ପ୍ରସ୍ଥାବକୁ ପ୍ରତ୍ୟାହାର ନିମନ୍ତେ ପରାମର୍ଶ ଦେବା ସହ ସ୍ଥାନୀୟ ଶ୍ରମିକଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଖଣିର ସ୍ଥିତାବସ୍ଥା ବଜାୟ ରିଖିବାକୁ ନିେଦେ୍ର୍ଦଶ ଦେଇଥିଲେ । କିନ୍ତୁ ପରିତାପର ବିଷୟ ଟୁ୍ୟବିନାଲର ନିଷ୍ପତିକୁ ଭୃକ୍ଷେପ ନକରି ସମ୍ପୃକ୍ତ ଖଣି ଗୁଡିକୁ ୧୬ ନଭେମ୍ବର ୨୦୦୬ ଠାରୁ ବନ୍ଦ କରିଦିଆଯାଇଛି । ଏହା ମଧ୍ୟରେ ଶ୍ରମିକ ସଂଗଠନ ପକ୍ଷରୁ ଅନେକବାର ଧାରଣା, ଧର୍ମଘଟ ଓ ଆନେ୍ଦାଳନ କରାଯାଇଥିବା ବେଳେ ସରକାର କର୍ଣ୍ଣପାତ କରୁନଥିବାରୁ ଏକ ବଡ ଧରଣର ଆନେ୍ଦାଳନ ଦାନା ବାନ୍ଧୁଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top