ad
ଓଡ଼ିଶା

୪ ବିଧାନସଭା କ୍ଷେତ୍ରରେ ବିଧାୟକଙ୍କ ବିରୋଧରେ ବିଦ୍ରୋହର ସ୍ୱର

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ଏକ ଅଭେଦ୍ୟ ଦୁର୍ଗ ଭାବେ ପରିଗଣିତ ହୋଇ ଆସିଛି। ଗତ ୨ଟିଯାକ ସାଧାରଣ ନିର୍ବାଚନରେ ଏହି ଜିଲ୍ଲାର ୫ଟିଯାକ ବିଧାନସଭା କ୍ଷେତ୍ର ଓ ଏକମାତ୍ର ସଂସଦୀୟ କ୍ଷେତ୍ରରୁ ଶାସକ ବିଜେଡ଼ି ବିଜୟଲାଭ କରିଆସିଛି। କିନ୍ତୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାର ୪ଜଣ ବିଧାୟକଙ୍କୁ ନିଜ ଦଳ ମଧ୍ୟରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡ଼ିଛି। ବାସୁଦେବପୁର ନିର୍ବାଚନମଣ୍ଡଳୀକୁ ଛାଡ଼ି ଅବଶିଷ୍ଟ ଚାନ୍ଦବାଲି, ଭଦ୍ରକ, ଭଣ୍ଡାରିପୋଖରୀ ଓ ଧାମନଗରରେ ଦଳ ମଧ୍ୟରୁ ବିଦ୍ରୋହର ସ୍ୱର ଶୁଣିବାକୁ ମିଳୁଛି। କେତେକ ବରିଷ୍ଠ ନେତା ଖୋଲାଖୋଲି ବିଧାୟକମାନଙ୍କୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଯାହାକି ଏବେ ଦଳର ହାଇକମାଣ୍ଡଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏଠାରେ ସୂଚନାଯୋଗ୍ୟ ଧାମନଗର ବିଧାନସଭା କ୍ଷେତ୍ରରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ(ବୁବୁନ)ଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା ଥମିବାର ନାମ ନେଉ ନାହିଁ। ବରଂ ଏହା ବଢ଼ିବାରେ ଲାଗିଛି। ବୁବୁନ ବିଭିନ୍ନ ସମୟରେ ବିଧାୟକ ମୁକ୍ତିୁ ଖୋଲା ଚାଳେଞ୍ଜ ଦେଇ ଚଚାଲିଛନ୍ତି। ଗତ ତ୍ରୀସ୍ତରୀୟ ପଞ୍ଚାତ ନିର୍ବାଚନରେ ବୁବୁନ ବିଜେପି ସହ ନିର୍ବାଚନୀ ବୁଝାମଣା କରି ପଞ୍ଚାୟତ ସମିତିକୁ ନିଜ ହାତରେ ରଖିବାକୁ ସକ୍ଷମ ହୋଇଥିଲେ। ଏହି ସୁଯୋଗରେ ଜିଲ୍ଲାରେ ଖାତା ଖୋଲିନଥିବା ବିଜେପି ଧାମନଗର ବିଧାନସଭା କ୍ଷେତ୍ରର ୪ଟି ଜିଲ୍ଲା ପରିଷଦ ପଦବୀକୁ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା। ଅଦ୍ୟାବଧି ଉଭୟ ବୁବୁନ ଓ ମୁକ୍ତିଙ୍କ ମଧ୍ୟରେ ଏହି ବିବାଦ ସମାଧାନ ହୋଇନାହିଁ। ଏ ଦିଗରେ ଦଳର ହାଇକମାଣ୍ଡ ମୁଣ୍ଡ ଖେଳାଇଛନ୍ତି କି ନାହିଁ ତାହା ମଧ୍ୟ ଜଣା ପଡ଼ି ନାହିଁ। ତେବେ ବୁବୁନ ଏବେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ନାମରେ ନିଜର ସମାନ୍ତରାଳ ରାଜନୈତିକ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି। ଦଳ ମଧ୍ୟରେ ଏପ୍ରକାର କାର୍ଯ୍ୟକଳାପ ଦଳ ପାଇ ମହଙ୍ଗା ସାବ୍ୟସ୍ତ ହେବାର ସମ୍ଭାବନା ସୃଷ୍ଟି କରିଛି। ସେହିପରି ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଶୁଭିଛି ବିଦ୍ରୋହର ସ୍ୱର। ଚଳିତ ମାସ ବନ୍ତ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନାଙ୍କ ନେତୃତ୍ୱରେ ବହୁ ନେତା ଏକତ୍ରିତ ହୋଇ ମନ୍ତ୍ରୀ ଶ୍ରୀ ସାମଲଙ୍କ ପ୍ରାର୍ଥୀତ୍ୱ ପରିବର୍ତ୍ତନ ସମ୍ପର୍କରେ ମତ ଦେଇଥିଲେ। ତାଙ୍କ ବଦଳରେ ଶ୍ରୀ ସାମଲଙ୍କ ୨ପୁତ୍ରଙ୍କ ମଧ୍ୟରୁ ଜରକୁ ଟିକେଟ ଦେବାକୁ ସେମାନେ ଦାବି କରିଥିଲେ। ଶ୍ରୀ ସାମଲ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କ ନରଖି ଜଣେ ସରକାରୀ କର୍ମଚାରୀଙ୍କ ଜରିଆରେ ସଂଗଠନ ଚଳାଉଥିବାର ଅଭିଯୋଗ ସେମାନେ ଆଣିଥିଲେ। ତେଣୁ ଦଳ ମଧ୍ୟରେ ଏହି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସମ୍ଭାବ୍ୟ ଆଭିମୁଖ୍ୟ କ’ଣ ରହିବ ଓ ଏହା କେତେଦୂର ଦଳୀୟ ସ୍ୱାର୍ଥକୁ ପ୍ରଭାବିତ କରିବ ତାହା ଏବେ ଠାରୁ କଳନା କରିବା କଷ୍ଟ। ଅନୁରୂପ ଭଦ୍ରକ ବିଧାନସଭା କ୍ଷେତ୍ରରେ ବେରେ ବିଧାୟକ ଯୁଗଳ କିଶୋର ପଟ୍ୟନାୟକଙ୍କ ବିରୋଧରେ ବିଦ୍ରୋହ ଉତ୍କଟ ଆକର ଧାରଣ କରିଛି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଶ୍ରୀ ପଟ୍ୟନାୟକ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ବହୁ ସଂଖ୍ରକ ଆଶାୟୀ ଏବେ ଟିକେଟ ପାଇଁ ଲବି ଆରମ୍ଭ କରି ଦେଇଛନ୍ତି। ବିଧାୟକ କୁଆଡ଼େ ବିଜେଡ଼ି କର୍ମୀଙ୍କୁ ଅଣଦେଖା କରି ମୂଳ କଂଗ୍ରେସ କର୍ମୀଙ୍କୁ ପ୍ରାଧାନ୍ୟ ଦେଉଥିବାର ଅଭିଯୋଗ କରି ତାଙ୍କ ପରିବାରରୁ କାହାକୁ ଟିକଟ ନଦେବାକୁ ଅଭିଯାନ ଆରମ୍ଭ କରିଛନ୍ତି। ପୂର୍ବରୁ ଯୁଗଳଙ୍କ ଅନୁଗତ ଥିବା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଯୋଗେନ୍ଦ୍ର ଘଡେଇଙ୍କ ସମେତ ଏକାଧିକ ସରପଞ୍ଚ, ସମିତି ସଭ୍ୟ ଇତିମଧ୍ୟରେ ବିଭିନ୍ନ ସ୍ଥାନରେ ମେଳି କରି ବିଧାୟକ ବିରୋଧୀ ଅଭିଯାନକୁ ଶାଣିତ କରିଛନ୍ତି। ସର୍ବୋପରି ଚାନ୍ଦବାଲି ବିଧାନସଭା ଆସନରେ ବିଧାୟକ ବ୍ୟୋମକେଶଙ୍କ ସହିତ ପୂର୍ବତନ ବ୍ଲକ ସଭାପତି ପ୍ରତାପ ଧଳଙ୍କ ତିକ୍ତତା ଚରମସରମାରେ ପହଞ୍ଚଛି। ନିକଟରେ ମୁଖ୍ରମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ ସମୟରେ ୁଭୟ ଗୋଷ୍ଠୀଙ୍କ ମଧ୍ୟରେ ବିଚ ରାସ୍ତାରେ ଖଣ୍ଡଯୁଦ୍ଧ ହୋଇଥିଲା। ଶ୍ରୀ ଧଳଙ୍କ ଗୋଷ୍ଠି ଆଗାମୀ ନିର୍ବାଚନରେ ବ୍ୟୋମକୋଙ୍କ ବ୍ୟତୀତ ଆଉ କାହାକୁ ବି ପ୍ରାର୍ଥୀ କରିବାକୁ ଦାବି କରୁଛନ୍ତି। ଏ ସମସ୍ତ ବିଧାନସଭା କ୍ଷେତ୍ରରେ ଶାସକ ଦଳ ମଧ୍ୟରେ ଏପ୍ରକାର ଛକାପ‚ାର ସୁଯୋଗ ନେବାକୁ ବିରୋଧମାନେ ତତ୍ପର ହୋଇ ଉଠିଛନ୍ତି। ତେବେ ବାସୁଦେବପୁର ନିର୍ବାଚନମଣ୍ଡଳୀରେ ପରିସ୍ଥିତି କିଛିଟା ଅଳଗା। ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥରକ ନିଜ ପୁଅ ବିଷ୍ଣୁବ୍ରତଙ୍କୁ ପ୍ରାର୍ଥୀ କରିବା ଲକ୍ଷ୍ୟରେ ଅଛନ୍ତି। ତେବେ ଜିଲ୍ଲାରେ ୪ଟି ଯାକ ଆସନରେ ବିଦ୍ରୋହ ନଥମିଲେ ତା’ର ପ୍ରଭାବ ବାସୁଦେବପୁରରେ ଅନଭୁତ ହୋଇ ପାରେ ବୋଲି ରାଜନୈତକି ମହଲରେ ଚର୍ଚ୍ଚା ଚାଲିଛି। ଏହି କାରଣରୁ ଭଦ୍ରକ ଜିଲ୍ଲାର ବିଜେଡ଼ି ଦଳର ଦଳୀୟ ସ୍ଥିତିକୁ ନେଇ ହାଇକମାଣ୍ଡ ବେଶ ଚିନ୍ତାରେ ଥିବା କୁହାଯାଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top