୪ ବର୍ଷର ଶୁଶୁକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୧୫ ଦିନ ମଧ୍ୟରେ ମିଳିଲା ଫାଶୀ ଦଣ୍ଡ

ଇନ୍ଦୋର/ମନାବର ୧୭ ମଇ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଧାର ଜିଲ୍ଲାର ମନାବରର ଜନ୍ନାଥପୁରାରେ ୪ ବର୍ଷର ଶିଶୁ ସହିତ ଦୁଷ୍କର୍ମ କରି ହତ୍ୟା କରିଥିବା ଦୋଷୀ କରଣ ଉର୍ଫ ଫାତିୟାକୁ ସ୍ଥାନୀୟ କୋର୍ଟ ଗୁରୁବାରଦିନ ଫାଶୀ ଦଣ୍ଡ ଶୁଣାଇଛନ୍ତି।

ଅତିରିକ୍ତ ସତ୍ର ବିଚାରପତି ଆକବର ଶେଖ ନିଜର ରାୟରେ କହିଛନ୍ତି କି ଝିଅମାନେ ଖୁଦାଙ୍କର ବରଦାନ, ଏବଂ ତାଙ୍କୁ ଏହି ପ୍ରକାର କ୍ଷତ ବିକ୍ଷତ ଲାସ ରୂପରେ ବଦଳାଇବାର ଅପରାଧ କ୍ଷମାର ଯୋଗ୍ୟ ନୁହେଁ। ଏହି ମାମଲାରେ ପୁଲିସ ଘଟଣାର ୨୦ତମ ଦିନ ହିଁ ନ୍ୟାୟାଳୟରେ ଚାର୍ଜଶିଟ୍ ଦାଖଲ କରିଥିଲା। ନ୍ୟାୟାଳୟ ୧୫ କାର୍ଯ୍ୟ ଦିବସରେ ଏହି ଐତିହାସିକ ରାୟ ଶୁଣାଇଛନ୍ତି।

ସୂଚନାନୁସାରେ ୪ ଜାନୁଆରିରେ ପୁଲିସ ନ୍ୟାୟାଳୟରେ ଚାର୍ଜସିଟ୍ ଦାଖଲ କରିଥିଲା। ତା’ ପରେ ୧୫ କାର୍ଯ୍ୟ ଦିବସରେ ୨୦ ଜଣ ସାକ୍ଷୀଙ୍କର ବୟାନ ନେଇଥିଲେ। ଡିଏନଏ ଟେଷ୍ଟ ଏବଂ ଏଫଏସଏଲ୍ ଅଧିକାରୀଙ୍କର ଆଧାର ଉପରେ ଆରୋପୀର ଘଟଣାରେ ଲିପ୍ତ ହେବାର ପୁଷ୍ଟି ହୋଇଥିଲା।

ଅଲଗା-ଅଲଗା ଧାରାରେ ୨୧ ହଜାର ଟଙ୍କାର ଅର୍ଥଦଣ୍ଡ ମଧ୍ୟ ଲଗାଯାଇଛି। ୨୦ ରୁ ୨୫ ମିନଟ ପର୍ଯ୍ୟନ୍ତ ଦଣ୍ଡର ପତ୍ର ଆରୋପୀ ସାମନାରେ ପଢ଼ିକରି ଶୁଣାଇଥିଲେ କୋର୍ଟ। ଆରୋପୀ ଉପରେ ପ୍ରତ୍ୟେକ ଆରୋପକୁ, ଆରୋପୀ ମନାକରୁଥିଲା। ଦଣ୍ଡ ଶୁଣାଇବା ପରେ ଆରୋପୀ ଚୁପ୍ ରହିଥିଲା। ତା’ର ଚେହରା ଉପରେ କୌଣସି ପ୍ରକାରର ପ୍ରାୟଶ୍ଚିତର ଭାବ ଦେଖାଯାଉନଥିଲା। ଅପରପକ୍ଷରେ ଏହି ମାମଲାକୁ ନେଇକରି ସକାଳେ କୋର୍ଟରେ ଆରୋପୀକୁ ଫାଶୀ ଦଣ୍ଡର ଦାବିରେ ଭିଡ଼ ଜମିଥିଲା।

କଣ ଥିଲା ଘଟଣାକ୍ରମ

ସୂଚନାଯୋଗ୍ୟଯେ, ଆରୋପୀ ୧୬ ଡିସେମ୍ବର ଦିନ ଆଦିବାସୀ ଶିଶୁ କନ୍ୟା ତା ଭଉଣୀ ସହିତ ଖେଳୁଥିବା ସମୟରେ ଉଠାଇ ନେଇଥିଲା। ତା’ ପରେ ଜଙ୍ଗଲରେ ନେଇ କରି ଶିଶୁ ସହିତ ଦୁଷ୍କର୍ମ କରିଥିଲା। ଘଟଣା ପରେ ଆରୋପୀ ଶିଶୁର ମୁଣ୍ଡକୁ ପଥରରେ ଛେଚିକରି ହତ୍ୟା କରିଦେଇଥିଲା। ଘଟଣାର କିଛି ଘଣ୍ଟା ପରେ ପୁଲିସ ଆରୋପୀକୁ ତା’ ଘରୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *