ଅପରାଧ

୪ ଦିନ ଧରି ନିଖୋଜ ଥିବା ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କାଉପୁର ପଞ୍ଚାୟତରେ ୨୭ ତାରିଖ ଦିନ ଅନୁଷ୍ଠିତ ଦେବରକୁଣ୍ଡ ମେଳା ଦେଖିବାକୁ ଆସିଥିବା ଜଣେ ଯୁବକ ଚାରିଦିନ ଧରି ନିଖୋଜ ଥିବାବେଳେ ଆଜି ତାର ମୃତଦେହ ନିକଟସ୍ଥ ସାଳନ୍ଦୀ ନଦୀରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତ ଯୁବକର ନାମ ମନମୋହନ ଦାସ ହୋଇଥିବାବେଳେ ତାଙ୍କ ଘର ଆଗରପଡାା ଥାନା ଅଧୀନସ୍ଥ ଓଡଙ୍ଗ ଗ୍ରାମର ବୋଲି ଜଣାପଡିଛି। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୁଲିସ୍ ପହଞ୍ଚି ମୃତ ଯୁବକର ଶବକୁ ଜବତ କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ସକାଳୁ ସ୍ଥାନୀୟ ଅଂଚଳର ଜନୈକ ବ୍ୟକ୍ତି ନଦୀକୁ ଶୌଚ ହେବାକୁ ଆସି ମୃତ ଯୁବକର ଶବ ଭାସୁଥିବାର ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ମୃତ ଯୁବକ ଗତ ୨୭ ତାରିଖ ଦିନ କାଉପୁର ଗ୍ରାମ ଦେଇ ପ୍ରବାହିତ ସାଳନ୍ଦୀ ନଦୀ ପଠାରେ ଅନୁଷ୍ଠିତ ଦେବରକୁଣ୍ଡ ମେଳା ଦେଖିବାକୁ ଆସି ନିଖୋଜ ହୋଇଯାଇଥିବା ବିଷୟ ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି। ଏହି ଘଟଣା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାରଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ପୁଲିସ୍ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top