ଜିଲ୍ଲା ପରିକ୍ରମା

୪ ଦଫା ଦାବି ନେଇ କଂଗ୍ରେସର ବିଦ୍ୟୁତ ବିଭାଗକୁ ଦାବିପତ୍ର

ଯାଜପୁର-୨୬/୯ (ଓଡିଆ ପୁଅ/ଏ.ରାଉତ) ବରୀରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ବରୀ ବ୍ଲକର ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲାବେଳେ ଆଜି ବରୀ କଂଗ୍ରେସ କମିଟି ପକ୍ଷରୁ ଏହାର ତୁରନ୍ତ ସମାଧାନ ପାଇଁ ୪ ଦଫା ଦାବି ସମ୍ବଳିତ ଦାବିପତ୍ର ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। କଂଗ୍ରେସ ନେତା ଉମେଶ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରୀ ମାଉଣ୍ଡ ସ୍ଥିତ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ଭେଟିଥିଲେ। ଏହି ଦାବିରେ ବରୀରେ ଅଘୋଷିତ ବିଜୁଳିକାଟ ବନ୍ଦ କରାଯିବା, ବରୀ ବ୍ଲକର ସମସ୍ତ ବିପିଏଲ ଟ୍ରାନ୍ସଫରମର ଗୁଡିକ ତୁରନ୍ତ ସକ୍ରିୟ କରାଯିବା, ସୈାଭାଗ୍ୟ ଯୋଜନାରେ ହିତାଧିକାରୀଙ୍କୁ ସମସ୍ତ ସୁବିଧା ସୂଯୋଗ ପ୍ରଦାନ କରାଯିବା ସହିତ ବରୀ ବ୍ଲକର ସମସ୍ତ ସଂଯୋଗୀକରଣ ତାର, ଖୁଂଟ ଓ ଶଂଖ ଗୁଡିକର ନବୀକରଣ ପାଇଁ ଦାବି କରାଯାଇଛି। ଆଲୋଚନା ସମୟରେ ଉପଖଣ୍ଡ ଅଧିକାରୀ ଏ ବିଷୟରେ ଖୁବ ଶିଘ୍ର ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ଅପରପକ୍ଷେ ତୁରନ୍ତ ବିଭାଗ ପକ୍ଷରୁ ଏହି ସବୁ କାର୍ଯ୍ୟ କରାଯାଇ ବରୀବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପ୍ରଦାନ କରା ନଗଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି। ଏ ବିଷୟରେ ମତ ଦେବାକୁ ଯାଇ କଂଗ୍ରେସ ନେତା ଉମେଶ ଜେନା କହିଛନ୍ତି ବରୀବାସୀ ବାରମ୍ବାର ବିଦ୍ୟୁତ ବିଭାଗର ବୈମାତୃକ ମନୋଭାବର ଶିକାର ହେଉଛନ୍ତି। କିନ୍ତୁ ବରୀର ଜନସାଧାରଣ ଆଜି ପର୍ଯ୍ୟନ୍ତ ଏହାକୁ ସହୁଥିଲାବେଳେ କେବେ ମୁହଁ ଖୋଲି ନାହାନ୍ତି। ଯାହା ବରୀବାସୀଙ୍କ ଧର୍ଯ୍ୟର ପ୍ରମାଣ ମାତ୍ର। ବିଭାଗ ଏହା ପରେ ଜଦି ନିଜ ଦାୟିତ୍ୱ ଠିକା ଭାବେ ନତୁଲାଏ ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ। ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ଶୈଳେନ୍ଦ୍ର ବେଉରିଆ, ଜୋନ ସଭାପତି କାଜଲ ବେଉରିଆ, ଉପେନ୍ଦ୍ର ସାମଲ, ପ୍ରଭାତକୁମାର ରାୟ, ଦେବେନ୍ଦ୍ର ପ୍ରଧାନ, ବଳରାମ ବେହେରା, ମନୋଜ ଦାସ, ମାନସ ଜେନା, ଅଶୋକ ବେହେରା, ଇଂ ଅମ୍ରେଶ ପରିଡା ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top